ବାୟୁ ପ୍ରଦୂଷଣ: ୧୭ ସହର ସ୍ଥିତି ନିୟନ୍ତ୍ରଣାଧୀନ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ)- ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ୧୭ ସହର ବାୟୁର ମାନ ପରୀକ୍ଷଣ କରାଯାଇଥାଏ। ଚଳିତ ଅକ୍ଟୋବର ଶେଷ ସୁଦ୍ଧା ମାନ ପରୀକ୍ଷା ସମ୍ବଦ୍ଧିତ ତଥ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି।

ରାଜଧାନୀ ଭୁବନେଶ୍ୱର ସହରର ହାରାହାରି (ଏୟାର କ୍ୱାଟିଲି ଇଣ୍ଡେକ୍ସ)ଏକ୍ୟୁଆଇ ଚଳିତ ବର୍ଷ ‘ସାଟିସଫେକ୍ଟୋରୀ’ ରହିଛି। ବଣାଇଗଡ, କଟକ, ଝାରସୁଗୁଡା, କଳିଙ୍ଗ ନଗର, ପାରଦୀପ, ପୁରୀ , ରାଜଗାଙ୍ଗପୁର ଓ ରାଉରକେଲାର ହାରାହାରି ଏକ୍ୟୁଆଇ ଉଦ୍‌ବେଗଜନକସ୍ତରରେ ନାହିଁ। ଅପରପକ୍ଷରେ ୭ ସହର ଯଥା-ଭୁବନେଶ୍ୱର,କଟକ,ରାଉରକେଲା,ଅନୁଗୋଳ,ତାଳଚେର,ବାଲେଶ୍ୱର ଏବଂ କଳିଙ୍ଗ ନଗରରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବହୁମୁଖୀ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏକ୍ୟୁଆଇକୁ ଆଧାର କଲେ ଅନୁଗୋଳ ୯୭, ତାଳଚେର ୯୯, ବାଲେଶ୍ୱର ୮୭, ବ୍ରହ୍ମପୁର ୬୬,ଭୁବନେଶ୍ୱର ୯୪, ବଣାଇଗଡ ୧୧୬, କଟକ ୧୦୯,ଝାରସୁଗୁଡା ୧୦୪, କଳିଙ୍ଗ ନଗର ୧୦୩, କେନ୍ଦୁଝର ୪୮, କୋଣାର୍କ ୬୯, ପାରାଦୀପ ୧୨୪, ପୁରୀ ୧୦୭, ରାୟଗଡା ୬୦, ରାଜଗାଙ୍ଗପୁର ୧୩୮, ରାଉରକେଲା ୧୧୪ ଏବଂ ସମ୍ବଲପୁରର ଏକ୍ୟୁଆଇ ୮୪ ରହିଛି।