Categories: ଜାତୀୟ

ବାୟୁ ପ୍ରଦୂଷଣ ଯୋଗୁ ବଢୁଛି ମାସ୍କ୍‌ର ଚାହିଦା: ୨୦୨୩ ସୁଦ୍ଧା ବଜାର ଛୁଇଁବ ଶହେ ୧୮ କୋଟି

ନୂଆଦିଲ୍ଲୀ,୨।୫: ଭାରତରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବା ଲାଗି ଲୋକଙ୍କ ମଧ୍ୟରେ ମାସ୍କ୍‌ର ଚାହିଦା ମଧ୍ୟ ବୃଦ୍ଧି ପାଇ ଚାଲିଛି। ତେବେ ଆସନ୍ତା ୨୦୨୩ ସୁଦ୍ଧା ଦେଶର ମାସ୍କ୍‌ ବଜାର  ଶହେ ୧୮ କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଛି। ବୁଧବାର ଆସୋଚାମ୍‌ ପକ୍ଷରୁ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୭ରେ ଦେଶରେ ବାର୍ଷିକ ୪୩ କୋଟି ଟଙ୍କାର ମାସ୍କ୍‌ କାରବାର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶର ଉତ୍ତର କ୍ଷେତ୍ରରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମାସ୍କ୍‌ର ଚାହିଦା ବଢ଼ିଛି ବୋଲି ଆସୋଚାମ୍‌ କହିଛି।

Share