ବାୟୁ ପ୍ରଦୂଷଣ କରିଥାନ୍ତି ଏସବୁ ପ୍ରସାଧନ ସାମଗ୍ରୀ…

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗାଡ଼ି ମୋଟର, ଶିଳ୍ପସଂସ୍ଥା ଏବଂ ଘରେ ବ୍ୟବହୃତ ହେଉଥିବା ଇଲୋକ୍ଟ୍ରନିକ୍ସ ଦ୍ରବ୍ୟଠାରୁ ଏସବୁ ଅଧିକ ମାତ୍ରାରେ ବାୟୁ ପ୍ରଦୂଷଣ କରିଥାନ୍ତି। ଏସବୁ ପ୍ରସାଧନ ସାମଗ୍ରୀରେ ଥିବା ରାସାୟନିକ ପଦାର୍ଥ ଯୋଗୁ ଏଭଳି ହୋଇଥାଏ। ଏଥିରେ ଆଲକୋହଲ, କାର୍ବନ ଡାଇଅକ୍ସାଇଡ୍‌, ହାଇଡ୍ରୋକାର୍ବନ ପ୍ରଚୁର ମାତ୍ରାରେ ରହିଥାଏ। ଏହା ବାୟୁ ମଣ୍ଡଳରେ ଥିବା ସଲଫର, ନାଇଟ୍ରୋଜେନ୍‌, ଅମ୍ଳଜାନ ସହ ପ୍ରତିକ୍ରିୟା କରିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share