Categories: ଜାତୀୟ

ବାୟୁସେନାକୁ ମିଳିଲା ସ୍ପାଇସ୍‌-୨୦୦୦ ବୋମା

ନୂଆଦିଲ୍ଲୀ,୧୬ା୯: ଭାରତୀୟ ବାୟୁସେନାକୁ ଅଟ୍ଟାଳିକା ଧ୍ୱଂସକାରୀ ସ୍ପାଇସ୍‌-୨୦୦୦ ବୋମା ମିଳିଛି। ଏହା ବାୟୁସେନାର ଆକ୍ରମଣ କ୍ଷମତା ବୃଦ୍ଧିରେ ସହାୟକ ହେବ। ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଗତ ଫେବୃୟାରୀ ୨୬ରେ ବାୟୁସେନା ପାକିସ୍ତାନର ବାଲାକୋଟ୍‌ସ୍ଥିତ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀ ଶିବିର ଧ୍ୱଂସ କରିବାକୁ ସ୍ପାଇସ୍‌-୨୦୦୦ ବୋମା ବ୍ୟବହାର କରିଥିବାବେଳେ ଏହାର ବିଲ୍ଡିଂ ବ୍ଲାଷ୍ଟର ଭର୍ସନ ଇସ୍ରାଏଲ୍‌ ଯୋଗାଇ ଦେଇଛି। ବାୟୁସେନାର ମିରାଜ ୨୦୦୦ ଲଢ଼ୁଆ ବିମାନରୁ ଏହି ବୋମାକୁ ନିକ୍ଷେପ କରାଯିବ। ତେଣୁ ଉକ୍ତ ଅସ୍ତ୍ର ଗ୍ବାଲିୟର ଏୟାରବେସ୍‌ରେ ରହିବ। ମାର୍କ ୮୪ ଯୁଦ୍ଧାସ୍ତ୍ର ଏବଂ ବୋମା ପାଇଁ ଭାରତୀୟ ବାୟୁସେନା ଇସ୍ରାଏଲ୍‌ ସହ ଗତ ଜୁନ୍‌ ମାସରେ ୨୫୦ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିଥିଲା। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ସ୍ପାଇସ୍‌-୨୦୦୦ ବିଲ୍ଡିଂ ବ୍ଲାଷ୍ଟର ବୋମା ରହିଛି।

Share