Categories: ଜାତୀୟ

ବାୟୁସେନାକୁ ମିଳିବ ୮୩ ଏଲ୍‌ସିଏ ଯୁଦ୍ଧ ବିମାନ: ଖର୍ଚ୍ଚ ହେବ ୪୭ ହଜାର କୋଟି

ନୂଆଦିଲ୍ଲୀ,୧୮।୫: ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଏଥିରେ ୮୩ଟି ଏଲ୍‌ସିଏ ଯୁଦ୍ଧ ବିମାନକୁ ସାମିଲ୍‌ କରାଯିବ। ଏଥିପାଇଁ ୪୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏସମ୍ପର୍କରେ ବାୟୁସେନା ମୁଖ୍ୟ ଆର୍‌.କେ.ଏସ୍‌. ଭାଦୋରିଆ ସୋମବାର ସୂଚନା ଦେଇଛନ୍ତି। ମେ ଶେଷ ସୁଦ୍ଧା ୮ ହଜାର କୋଟି ଟଙ୍କା ଏଥିଲାଗି ବିନିଯୋଗ ହେବାର ସମ୍ଭାବନା ରହିଛି। ସେହିପରି ପରବର୍ତ୍ତୀ କିଛି ମାସ ମଧ୍ୟରେ ଅବଶିଷ୍ଟ ୩୯ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବଢ଼ିବବୋଲି ସେ କହିଛନ୍ତି।

Share