Posted inଜାତୀୟ

ବାହ୍ୟ ବିପଦର ମୁକାବିଲା କରିବ ରାଷ୍ଟ୍ରୀୟ ଏକତା

ନୂଆଦିଲ୍ଲୀ: ଭାରତରେ ରାଜନୈତିକ ଏକତ୍ରୀକରଣ ପାଇଁ ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଓ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ବାଧୀନତା ପରେ ଦେଶରେ ପାଖାପାଖିତ୍ ୫୦୦ଟି ସ୍ବତନ୍ତ୍ର ରାଜ୍ୟକୁ ଏକସୂତ୍ରରେ ବାନ୍ଧିବା ଭଳି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥିଲେ । ଭାରତୀୟ ସ୍ବତନ୍ତ୍ରତା ଅଧିନିୟମ ୧୯୪୭ ମାଧ୍ୟମରେ ସେ ୧୯୪୭ରୁ ୧୯୪୯ ମଧ୍ୟରେ ଏହି ସବୁ ରାଜ୍ୟକୁ ଭାରତ ସହ ମିଶ୍ରଣ କରିପାରିଥିଲେ। ତାଙ୍କର କୂଟନୈତିକ ଇଚ୍ଛାଶକ୍ତି ଥିଲା ଅତି ପ୍ରବଳ ।
ସେ ଥିଲେ ଭାରତର ଲୌହ ମାନବ। ସର୍ଦ୍ଦାର ପଟେଲଙ୍କ ଯୋଗଦାନକୁ ଚିରଦିନ ମନେରଖିବା ପାଇଁ ତାଙ୍କ ଜୟନ୍ତୀ ୩୧ ଅକ୍ଟୋବରକୁ ‘ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ପାଳନ କରାଯାଉଛି। ଏହା ପାଳନ କରିବା ପାଇଁ ଭାରତ ସରକାର ୨୦୧୪ରେ ସ୍ଥିର କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହା ପାଲନ କରାଯାଉଛି ଓ ଏହି ଅବସରରେ ଜାତୀୟ ସ୍ତରରେ ‘ରନ୍‌ ଫର୍‌ ୟୁନିଟି’ ଗଣଦୌଡ ଆୟୋଜନ କରାଯାଉଛି। ଏଥିରେ ସମସ୍ତେ ଭାଗ ନେଉଛନ୍ତି। ରାଷ୍ଟ୍ରୀୟ ଏକତା ଦିବସ ଉପରେ ସଚେତନତା ଆଣିବା ଲକ୍ଷ୍ୟରେ ଏହା ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଆୟୋଜିତ ହେଉଛି। ଏଥିରେ ସ୍କୁଲ ,କଲେଜ,ବିଶ୍ୱବିଦ୍ୟାଳୟ, ଏନ୍‌ସିସି, ଏନଏସଏର ଯୁବକମାନେ ଭାଗନେଉଛନ୍ତି। ସର୍ଦ୍ଦାର ପଟେଲ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କରିଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଏହି ମାରାଥନ୍‌ର ଉଦ୍ଦେଶ୍ୟ। ପ୍ରତିବର୍ଷ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବା ଦ୍ୱାରା ଯୁବପିଢ଼ି ଭାରତର ଏକତାର ଶକ୍ତିକୁ ବଜାୟ ରଖିବା ପାଇଁ ପ୍ରେରଣା ଲାଭ କରୁଛନ୍ତି। ସରକାରୀ ଦପ୍ତର, ସାର୍ବଜନିକ କ୍ଷେତ୍ର ତଥା ସାର୍ବଜନିକ ସଂସ୍ଥାଗୁଡିକରେ ପ୍ରତିଜ୍ଞା ସମାରୋହ ମଧ୍ୟ ଆୟୋଜନ କରାଯାଏ। ସ୍କାଉଟ, ଗାଇଡସ୍‌,ଏନସିସି. ଏନ୍‌ଏସ୍‌ଏସ, ହୋମଗାର୍ଡ ଆଦି ସୁରକ୍ଷା ବଳ ଦ୍ୱାରା ମାର୍ଚ୍ଚପାଷ୍ଟ କରାଯାଏ। ଜାତୀୟ ଏକତା କିପରି ବାହ୍ୟ ଶତ୍ରୁ ପକ୍ଷରୁ ରହିଥିବା ବିପଦକୁ ସଫଳତାର ସହ ମୁକାବିଲା କରୁଛି ତାହା ଏହି ଦିବସରେ ପ୍ରତ୍ୟେକ ଭାରତୀୟ ଅନୁଭବ କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?