Posted inଜାତୀୟ

ବାହ୍ୟ ବିପଦର ମୁକାବିଲା କରିବ ରାଷ୍ଟ୍ରୀୟ ଏକତା

ନୂଆଦିଲ୍ଲୀ: ଭାରତରେ ରାଜନୈତିକ ଏକତ୍ରୀକରଣ ପାଇଁ ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଓ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ବାଧୀନତା ପରେ ଦେଶରେ ପାଖାପାଖିତ୍ ୫୦୦ଟି ସ୍ବତନ୍ତ୍ର ରାଜ୍ୟକୁ ଏକସୂତ୍ରରେ ବାନ୍ଧିବା ଭଳି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥିଲେ । ଭାରତୀୟ ସ୍ବତନ୍ତ୍ରତା ଅଧିନିୟମ ୧୯୪୭ ମାଧ୍ୟମରେ ସେ ୧୯୪୭ରୁ ୧୯୪୯ ମଧ୍ୟରେ ଏହି ସବୁ ରାଜ୍ୟକୁ ଭାରତ ସହ ମିଶ୍ରଣ କରିପାରିଥିଲେ। ତାଙ୍କର କୂଟନୈତିକ ଇଚ୍ଛାଶକ୍ତି ଥିଲା ଅତି ପ୍ରବଳ ।
ସେ ଥିଲେ ଭାରତର ଲୌହ ମାନବ। ସର୍ଦ୍ଦାର ପଟେଲଙ୍କ ଯୋଗଦାନକୁ ଚିରଦିନ ମନେରଖିବା ପାଇଁ ତାଙ୍କ ଜୟନ୍ତୀ ୩୧ ଅକ୍ଟୋବରକୁ ‘ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ପାଳନ କରାଯାଉଛି। ଏହା ପାଳନ କରିବା ପାଇଁ ଭାରତ ସରକାର ୨୦୧୪ରେ ସ୍ଥିର କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହା ପାଲନ କରାଯାଉଛି ଓ ଏହି ଅବସରରେ ଜାତୀୟ ସ୍ତରରେ ‘ରନ୍‌ ଫର୍‌ ୟୁନିଟି’ ଗଣଦୌଡ ଆୟୋଜନ କରାଯାଉଛି। ଏଥିରେ ସମସ୍ତେ ଭାଗ ନେଉଛନ୍ତି। ରାଷ୍ଟ୍ରୀୟ ଏକତା ଦିବସ ଉପରେ ସଚେତନତା ଆଣିବା ଲକ୍ଷ୍ୟରେ ଏହା ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଆୟୋଜିତ ହେଉଛି। ଏଥିରେ ସ୍କୁଲ ,କଲେଜ,ବିଶ୍ୱବିଦ୍ୟାଳୟ, ଏନ୍‌ସିସି, ଏନଏସଏର ଯୁବକମାନେ ଭାଗନେଉଛନ୍ତି। ସର୍ଦ୍ଦାର ପଟେଲ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କରିଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଏହି ମାରାଥନ୍‌ର ଉଦ୍ଦେଶ୍ୟ। ପ୍ରତିବର୍ଷ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବା ଦ୍ୱାରା ଯୁବପିଢ଼ି ଭାରତର ଏକତାର ଶକ୍ତିକୁ ବଜାୟ ରଖିବା ପାଇଁ ପ୍ରେରଣା ଲାଭ କରୁଛନ୍ତି। ସରକାରୀ ଦପ୍ତର, ସାର୍ବଜନିକ କ୍ଷେତ୍ର ତଥା ସାର୍ବଜନିକ ସଂସ୍ଥାଗୁଡିକରେ ପ୍ରତିଜ୍ଞା ସମାରୋହ ମଧ୍ୟ ଆୟୋଜନ କରାଯାଏ। ସ୍କାଉଟ, ଗାଇଡସ୍‌,ଏନସିସି. ଏନ୍‌ଏସ୍‌ଏସ, ହୋମଗାର୍ଡ ଆଦି ସୁରକ୍ଷା ବଳ ଦ୍ୱାରା ମାର୍ଚ୍ଚପାଷ୍ଟ କରାଯାଏ। ଜାତୀୟ ଏକତା କିପରି ବାହ୍ୟ ଶତ୍ରୁ ପକ୍ଷରୁ ରହିଥିବା ବିପଦକୁ ସଫଳତାର ସହ ମୁକାବିଲା କରୁଛି ତାହା ଏହି ଦିବସରେ ପ୍ରତ୍ୟେକ ଭାରତୀୟ ଅନୁଭବ କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri