‘ବାହୁବଳୀ’ର ଗୀତ ଗାଇ ଚର୍ଚ୍ଚାରେ ଯୁବକ: କମ୍‌ ସମୟ ମଧ୍ୟରେ ଦେଖିଲେଣି ୫୦ ଲକ୍ଷରୁ ଅଧିକ ଲୋକ

ରେଳ ଷ୍ଟେଶନରେ ବସି ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ଗୀତକୁ ଏତି ସୁନ୍ଦରଭାବେ ଗାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ପରେ ସଂଗୀତକାର ହିମେଶ ରେଶମିୟା ତାଙ୍କୁ ଏକ ଗୀତରେ ସୁଯୋଗ ଦେଲେ। ଏହି ଗୀତ ସଫଳ ହେବା ପରେ ସେ ରାତାରାତି ହିଟ୍‌ ହୋଇଗଲେ। ଏବେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଗୀତ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣଙ୍କ ୨୦୧୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବାହୁବଳୀ-ଦି ବିଗନିଙ୍ଗ’ର ସବୁଠାରୁ କଠିନ ଗୀତ ‘କୌନ୍‌ ହୈ ବୋ….’କୁ ଅତି ସନ୍ଦରଭାବେ ଗାଉଛନ୍ତି। ଏହାକୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଗୀତକୁ ହେମୁ ଗୋମତୀ ଭୀଲ ନାମକ ବ୍ୟକ୍ତି ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ୩ ମିନିଟର ଏହି ଗୀତଟିକୁ ଅଳ୍ପ ସମୟ ମଧ୍ୟରୁ ୫୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି।
ଭିଡିଓକୁ ଦେଖିଲେ ଜଣାପଡ଼ୁଛି ଉକ୍ତ ବ୍ୟକ୍ତିଙ୍କ ସମ୍ମୁଖରେ କେତେଜଣ ଲୋକବସି ତାଙ୍କୁ ଗୀତ ଗାଇବାକୁ କହୁଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ମୋବାଇଲ ଫୋନ୍‌ରେ ତାନପୁରା ଟ୍ୟୁନ୍‌ ଲଗାଇ ଗୀତ ଗାଉଥିବା ଦେଖିବାକୁ ମିଳୁଛି।

 

Share