Categories: ରାୟଗଡା

ବାହୁଡ଼ା ଦେଖି ଫେରୁଥିବା ବେଳେ ଦୁର୍ଘଟଣା: ୨ ମୃତ , ଜଣେ ଗୁରୁତର

ମାଲକାନଗିରି,୧୩।୭(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚମ୍ପାଖାରୀ ଗ୍ରାମ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ବନମାଳୀ ସିକୁଡ଼ୁ, ସଞ୍ଜୟ ସିକୁଡ଼ୁ ଓ ଗୁରୁତର ହେଲେ ଶରତ ମାଝି।
ସୂଚନାଯୋଗ୍ୟ, ଶୁକ୍ରବାର କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡ଼ା ଗ୍ରାମର ବନମାଳୀ, ସଞ୍ଜୟ ଓ ଶରତ ଏକ ମୋଟର ସାଇକେଲରେ ମାଥିଲି ବାହୁଡ଼ା ଯାତ୍ରା ଦେଖି ଫେରୁଥିବା ବେଳେ ଚମ୍ପାଖାରୀଠାରେ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମାଲକାନଗିରିର-ଜୟପୁର ମୁଖ୍ୟରାସ୍ତା କଡ଼ରେ ନିର୍ମାଣାଧୀନ ଗାର୍ଡୱାଲରେ ପିଟି ହୋଇ ସେମାନେ ୨୦ ଫୁଟ ତଳକୁ ଖସିପଡ଼ିଥିଲୋ ପରେ ଗ୍ରାମବାସୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ ା ମାତ୍ର ମାଲକାନଗିରିରେ ଆମ୍ବୁଲାନ୍ସ ନ ଥିବାରୁ ମାଥିଲିରୁ ଆମ୍ବୁଲାନ୍ସ ଆସି ସେମାନଙ୍କୁ ଚିକିତ୍ସଳୟରେ ଭର୍ତ୍ତି କରିଥିଲା। ବନମାଳୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସଞ୍ଜୟ ଓ ଶରତଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲା ସଦର ମହକୁମା ଚିକିସତ୍ାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସଞ୍ଜୟଙ୍କୁ ଡାକ୍ତର ମୃତ ଘୋଷଣା କରଥିବା ସହ ଶରତଙ୍କ ଚିକିସା ଜାରି ରହିଥିବା ଜଣାପଡ଼ିଛି । ମାଲକାନଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଏକ ମାମଲା ରୁଜୁ କରିଛି ।