ବାହା ନ ହୋଇ ମା’ ହୋଇଛନ୍ତି ସାକ୍ଷୀ

ଛୋଟପରଦାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ହେଉଛନ୍ତି ସାକ୍ଷୀ ତନ୍‌ଓ୍ବର। ଚଳିତମାସ ୧୨ ତାରିଖ ଅର୍ଥାତ୍‌ ରବିବାର ସେ ତାଙ୍କର ୪୭ତମ ଜନ୍ମଦିବସ ପାଳନ କରିବେ। ଏହି ପରିପ୍ରେକ୍ଷୀରେ ତାଙ୍କ ବିଷୟରେ ଜାଣନ୍ତୁ କିଛି ଖାସ୍‌ କଥା…


ଛୋଟପରଦାରେ ‘କହାନୀ ଘର୍‌ ଘର୍‌ କୀ’ରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇଥିଲେ ସାକ୍ଷୀ। ରାଜସ୍ଥାନରେ ଜନ୍ମିତ ସାକ୍ଷୀଙ୍କ ବାପା ରାଜେଶ ସିଂହ ତନଓ୍ବର ଜଣେ ସିବିଆଇ ଅଫିସର ଥିଲେ। ସାକ୍ଷୀ ୩ ଭାଇଭଉଣୀଙ୍କ ମଧ୍ୟରେ ସବୁଠୁ ଛୋଟ। ୧୯୮୮ରେ ସେ ଦୂରଦର୍ଶନର ଏକ କାର୍ଯ୍ୟକ୍ରମ ‘ଉଲ୍‌ବେଲା ସୁର୍‌ ମେଲା’ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ୨୦୧୧ରେ ଏକତା କପୁରଙ୍କ ସିରିୟଲ ‘କହାନୀ ଘର୍‌ ଘର୍‌ କୀ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ‘ବଡ଼େ ଅଚ୍ଛା ଲଗତେ୍‌ ହୈ’ରେ ମଧ୍ୟ କାମ କରିଥିଲେ। ଅମୀର ଖାଁଙ୍କ ସହିତ ‘ଦଙ୍ଗଲ’ ଫିଲ୍ମରେ ଅଭିନୟ କରିଥିଲେ ସାକ୍ଷୀ। ଫିଲ୍ମଟି ସୁପରହିଟ୍‌ ମଧ୍ୟ ହୋଇଥିଲା। ସନ୍ନି ଦେଓଲଙ୍କ ସହ ‘ମୋହଲା ଅସୀ’ରେ ମଧ୍ୟ ଅଭିନୟ କରିଥିଲେ। ସାକ୍ଷୀ ବିବାହ ନ କରି ଏକ କନ୍ୟାସନ୍ତାନର ମା’ ହୋଇଛନ୍ତି। ତାଙ୍କ ଝିଅର ନାଁ ଦିତ୍ୟା।


ଏକ ସାକ୍ଷାତ୍‌କାରରେ ସାକ୍ଷୀ କହିଛନ୍ତି, ମା’ ହେବା ପରେ ମୋ’ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ବିବାହ କଲେ ଯେ ଜଣେ ମା’ ହେବ ଆଉ ଜଣେ ହୋଇପାରିବନି ମୁଁ କାହିଁକି ତାହା ଅନୁଭବ କରୁନି। ମୁଁ ବି ଜଣେ ଭଲ ମା’। ମୋ ପରିବାରର ଆଶୀର୍ବାଦ ଏବଂ ସପକ୍ଷ ଯୋଗୁ ଏକ ୯ ମାସର କନ୍ୟାକୁ କୋଳେଇ ନେଇ ମୁଁ ଗର୍ବିତ।

Share