ବାହାହେବେ ଶ୍ରଦ୍ଧା: ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ: ଷ୍ଟାର କିଡ୍‌ ତଥା ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର କୁଆଡେ ବିବାହ କରିବାକୁ ଯାଉଛନ୍ତି । ଫେମସ ଫଟୋଗ୍ରାଫର ରୋହନ ଶ୍ରେଷ୍ଠଙ୍କୁ ଶ୍ରଦ୍ଧା ବିବାହ କରିବେ ବୋଲି ଆଲୋଚନା ହେଉଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କୁହାଯାଉଛି। ଏମାନେ ରିଲେଶନସିପରେ ରହିବା କଥା ଗତ ୨ ବର୍ଷ ହେବ ଆଲୋଚନା ହେଉଥିଲେ ମଧ୍ୟ ଏମାନେ କେବେ ଏହାକୁ ସ୍ବୀକାର କରି ନାହାଁନ୍ତି। ଏକଦା ରୋହନ କହିଥିଲେ ଶ୍ରଦ୍ଧା ହେଉଛନ୍ତି ତାଙ୍କର ଭଲ ବନ୍ଧୁ। ଦୀର୍ଘ ୯ ବର୍ଷ ହେବ ସେ ତାଙ୍କୁ ଜାଣନ୍ତି। କେବେ କେବେ ବିଭିନ୍ନ ପାର୍ଟିରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେଉଥିବା ବେଳେ ଖୁବ୍‌ କମ୍‌ ସମୟ ପାଇଁ ସେମାନେ କଥା ହୁଅନ୍ତି ବୋଲି ରୋହନ କୁହନ୍ତି। ତେବେ ବିବାହକୁ ନେଇ କେହି କୌଣସି ସୂଚନା ଦେଇ ନ ଥିବା ବେଳେ ଏବେ ଏହା କେବଳ ଆଲୋଚନା ହେଉଛି। ଅନ୍ୟପଟେ ଶ୍ରଦ୍ଧାଙ୍କ ମା’ ଏହି ବିବାହକୁ ନେଇ ଟିକେ ବିଜି ଥିବା କୁହାଯାଉଥିବା ବେଳେ ପିତା ଶକ୍ତି କପୁର କିନ୍ତୁ ଅତୀତରେ କହିଥିଲେ ଆଗାମୀ ୩-୪ ବର୍ଷ ମଧ୍ୟରେ ଶ୍ରଦ୍ଧା ବିବାହ କରି ନ ପାରନ୍ତି। କାରଣ ଏବେ ତାଙ୍କ ହାତରେ ବହୁତ କାମ ଅଛି। ଏସବୁ ଭିତରେ କିନ୍ତୁ ଆଲେଚନା ଜୋର୍‌ ଧରିଛି କି ଆସନ୍ତା ୨୦୨୦ରେ ଶ୍ରଦ୍ଧା-ରୋହନ ବିବାହ କରିବେ ଆଉ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

Share