ବାହାରେ ମଳତ୍ୟାଗ: ୨୪ ପରିବାରର ରାଶନ ବନ୍ଦ

ପାଟପୁର,୨ା୧୧-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ସରପଞ୍ଚ ତାଙ୍କ ପଞ୍ଚାୟତରେ ଗତମାସ ୨୦ ତାରିଖରେ ବାହ୍ୟ ମଳତ୍ୟାଗକୁ ନେଇ ଏକ ଅଭିନବ ଫତ୍‌ଓ୍ବା ଜାରି କରିଥିଲେ। ଯଦି କୌଣସି ବ୍ୟକ୍ତି ବାହାରେ ମଳତ୍ୟାଗ କରନ୍ତି, ତେବେ ତାଙ୍କ ରାଶନ ସାମଗ୍ରୀ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେତେକ ଲୋକ ଏହାକୁ ନ ମାନି ବାହାରେ ମଳତ୍ୟାଗ କରିଥିଲେ। ଏହା ଜଣାପଡ଼ିବା ପରେ ଶୁକ୍ରବାର ପଞ୍ଚାୟତର ୨୪ ପରିବାରର ରାଶନ ସାମଗ୍ରୀ ବନ୍ଦ କରିଦିଆଯାଇଛି। କିନ୍ତୁ ଏହାକୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ବିରୋଧ କରାଯିବା ସହ ଶନିବାର ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ସୂଚନା ମିଳିଛି।
ଏ ସମ୍ପର୍କରେ ଗୌତମୀ ସରପଞ୍ଚ ସୁଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ବାହ୍ୟ ମଳତ୍ୟାଗ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବହୁ ସଚେତନତା ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଏହାକୁ କେହି ମାନି ନ ଥିଲେ। ଫଳରେ ପଞ୍ଚାୟତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତିି ା
ଗ୍ରାମରେ ପୂର୍ବରୁ ଲୋକଙ୍କୁ ସଚେତନ କରାଯିବା ସହ ପାଇଖାନା ଥିବା ପରିବାର ବାହାରେ ମଳତ୍ୟାଗ କଲେ ରାଶନ୍‌ ସାମଗ୍ରୀ ବନ୍ଦ କରାଯିବ ବୋଲି ଫତ୍‌ୱା ଜାରି କରାଯାଇଥିଲା। ଏଥିସହ ୩୦୦ ମହିଳା ପାଳି କରି ସକାଳ ଓ ସନ୍ଧ୍ୟାରେ ମଳତ୍ୟାଗ କରାଯାଉଥିବା ସ୍ଥାନକୁ ଜଗି ରହିବା ସହ ସେଠାରେ ତୁଳସୀ ଚାରା ରୋପଣ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଲୋକେ ନ ମାନି ବାହ୍ୟ ମଳତ୍ୟାଗ କରିବାରୁ ୨୪ ପରିବାରକୁ ରାଶନ ସାମଗ୍ରୀ ବନ୍ଦ କରାଯାଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି। କିନ୍ତୁ ଏ ନେଇ ପଞ୍ଚାୟତ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇ ନ ଥିବା ଅଧିକାଂଶ ୱାର୍ଡ ସଭ୍ୟାସଭ୍ୟ କହିଛନ୍ତି। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଏକ ତରଫା ବୋଲି ପ୍ରକାଶ କରିଛନ୍ତିି। ଏ ନେଇ ସମିତିସଭ୍ୟ ପ୍ରତିନିଧି ଏ.ଜଗନ୍ନାଥ ପାତ୍ରଙ୍କୁ ପଚାରିବାରୁ, ରାଶନ ସାମଗ୍ରୀ ବନ୍ଦକୁ ସେ ବିରୋଧ କରିଛନ୍ତି। କିନ୍ତୁ ବାହ୍ୟ ମଳତ୍ୟାଗକୁ ବାରଣ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ସେ କହିଛନ୍ତି। ସମସ୍ତଙ୍କୁ ପାଇଖାନା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତିି। ରାଶନ ସାମଗ୍ରୀ ବନ୍ଦ କରିବା ସମ୍ପର୍କରେ ସେ ଓ ଅଧିକାଂଶ ୱାର୍ଡ ସଭ୍ୟାସଭ୍ୟ ଜାଣି ନ ଥିବା କହିଛନ୍ତି। ତେବେ ରାଶନ ସାମଗ୍ରୀ ବନ୍ଦ କରିବା ପ୍ରତିବାଦ ସହ ସ୍ବଚ୍ଛ ଭାରତ ଅଭିଯାନରେ ସମସ୍ତଙ୍କୁ ପାଇଖାନା ଯୋଗାଇ ଦେବାକୁ ସେ ଦାବି କରିଛନ୍ତିି।
ସାନଖେମୁଣ୍ଡି ବ୍ଲକ ଯୋଗାଣ ନିରୀକ୍ଷକ ବିଶ୍ୱଜିତ ସେଠୀଙ୍କୁ ରାଶନ ସାମଗ୍ରୀ ବନ୍ଦ ସମ୍ପର୍କରେ ପଚାରିବାରୁ କାହାର ରାଶନ ସାମଗ୍ରୀ ବନ୍ଦ ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri