Categories: ଜାତୀୟ

ବାହାରେ ଛେପ ପକାଇବା ଦଣ୍ଡନୀୟ ଅପରାଧ: ଦେବାକୁ ପଡ଼ିବ ଜରିମାନା !

ଅହମଦାବାଦ, ୧୫।୩: କରୋନା ସଂକ୍ରମଣ ନେଇ ଗୁଜରାଟ ସରକାରଙ୍କ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାହାରେ ଛେପ ପକାଇବାକୁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ବାରଣ କରାଯାଇଛି। ବାହାରେ ଛେପ ପକାଇବାକୁ ଦଣ୍ଡନୀୟ ଅପରାଧ ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାର ଅମାନ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଜରିମାନା ଲାଗୁ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନୋଟିସ ଜାରି ହୋଇଛି। ଏନେଇ ସ୍ବାସ୍ଥ୍ୟ ସଚିବ ଜୟନ୍ତୀ ରାୟ ସୂଚନା ଦେଇଛନ୍ତି। ଭାରତୀୟ ମହାମାରୀ ଅଧିନିୟମ ୧୮୯୭ ଅନ୍ତର୍ଗତ ଏଭଳି ପଦେକ୍ଷପ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେରୋନା ସଂକ୍ରମଣ ଦୃଷ୍ଟିଗୋଚର ହୋଇ ନାହିଁ। ତେବେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Share