Categories: ଜାତୀୟ

ବାହାଦୂର ଶାହା ଜାଫରଙ୍କ ବଂଶଜ କହିଲେ ରାମ ମନ୍ଦିର ହେଲେ ପ୍ରଥମେ ଇଟା ସେମାନେ ରଖିବେ

ହାଇଦ୍ରାବାଦ,୧୮।୮: ମୋଗଲ ସମ୍ରାଟଙ୍କ ଶେଷ ଶାସକ ବାହାଦୂର ଶାହା ଜାଫରଙ୍କ ବଂଶଜ ହବିବୁଦ୍ଦିନ ତୁସି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ହବିବୁଦ୍ଦିନ କହିଛନ୍ତି ଯଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଏ ତେବେ ସେଠାରେ ପ୍ରଥମେ ଆମ ପରିବାର ଇଟା ସ୍ଥାପନ କରିବେ। ଆଉ ମନ୍ଦିର ନିର୍ମାଣ ପାଇଁ ତାଙ୍କ ପରିବାର ସୁନାର ଇଟା ଦାନ କରିବେ। ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ ମଧ୍ୟ ୫୦ ବର୍ଷୀୟ ତୁସି ସୁନା ଇଟା ଦାନ ଦେବେ ବୋଲି କହିଥିଲେ।

Share