ବାହମାସ ପରେ ଏବେ କାନାଡା ଅଭିମୁଖେ ଡୋରିଆନ

ଓଟାଓ୍ବା,୮।୯: ବାହମାସ ଓ ଆମେରିକାରେ ତାଣ୍ଡବ ରଚିବା ପରେ ଏବେ କାନାଡା ମୁହାଁ ହୋଇଛି ସାମୁଦ୍ରିକ ଝଡ଼ ଡୋରିଆନ। ଶନିବାର ଏହା କାନାଡାରେ ପହଞ୍ଚିବା ପରେ ଖୁବ୍‌ ଜୋର୍‌ରେ ପବନ ପହିବା ସହ ବର୍ଷା ମଧ୍ୟ ହୋଇଛି। ଫଳରେ ବଡ ବଡ ଗଛ ଉପୁଡିଯିବା ସହ କିଛି ଘର ଭାଙ୍ଗି ଯାଇଥିବା ଜଣାପଡିଛି। କେତେକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଛି। ବାହମାସରେ ଏବେ ଉଦ୍ଧାର କାର୍ଯ୍ୟ ଯୋର ସୋରରେ ଚାଲିଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୪୩ ଛୁଇଁଥିବା ସୂଚନା ମିଳିଛି। ଅନେକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

Share