ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ସରକାର ବାସହୀନଙ୍କୁ ନେଇ ଯେଉଁ ସର୍ଭେ କରିଥିଲା ତାହାର ସଂଜ୍ଞା ବଦଳାଯାଇ ନୂତନ ସଂଶୋଧିତ ବାସହୀନ ସଂଜ୍ଞା ଅନୁଯାୟୀ ପୁନର୍ବାର ବାସହୀନ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ବାସହୀନ ଚିହ୍ନଟ ପ୍ରକ୍ରିୟା ଶେଷହେବ। ଏ ସଂକ୍ରାନ୍ତରେ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ସବୁ ଜିଲାପାଳଙ୍କୁ ଚଳିତମାସ ୧୯ରେ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର ଏବେ ବାସହୀନଙ୍କୁ ଥଇଥାନ କରିବା ପାଇଁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ କେତେ ବାସହୀନ ରହିଛନ୍ତି, ସେମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକ ରହିଛି। ଏହାପରେ ସେମାନଙ୍କୁ ‘ବସୁନ୍ଧରା’ରେ ସାମିଲ କରାଯିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପୂର୍ବ ନିଷ୍ପତ୍ତିି ଅନୁଯାୟୀ, ୨୦୨୪ ଅଗଷ୍ଟ ୧୬ରୁ ବାସହୀନଙ୍କ ସର୍ଭେ କରାଯାଇଥିଲା। ଏହି କାର୍ଯ୍ୟ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଚାଲିଥିଲା। ସର୍ଭେ ପରେ ବାସହୀନଙ୍କୁ ବସୁନ୍ଧରାରେ ସାମିଲ କରାଯାଉଛି। ତେବେ ସଂପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ବାସହୀନଙ୍କ ସଂଜ୍ଞାରେ ଏକ ସଂଶୋଧନ କରାଯାଇଛି। ସଂଶୋଧନ ପରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଜଣେ ବ୍ୟକ୍ତି ବାସହୀନ କହିଲେ, ଏକ ଏକର ଜମି(୧/୨୫ ପ୍ରତିଶତ)ରୁ କମ୍‌କୁ ବୁଝାଯିବ।
ବାସହୀନ ବ୍ୟକ୍ତିଙ୍କ ପାଇଁ ଯେଉଁ ପରିମାଣର ଜମି ସରକାର ଯୋଗାଇବେ ତାହା ଏପରି ହେବା ଉଚିତ୍‌ ଯେ, ସେ ବ୍ୟକ୍ତି ତାଙ୍କ ନିଜ ଗୃହଯୋଗ୍ୟ ଜମି ଓ ତାଙ୍କ ସାଙ୍ଗରେ ଥିବା ପରିବାର ଲୋକଙ୍କ ଗୃହଯୋଗ୍ୟ ଜମିକୁ ମିଶାଇ ମୋଟ ୧/୨୫ ଏକରକୁ ଅତିକ୍ରମ କରୁ ନ ଥିବ।
ଯଦି ଅପେକ୍ଷିତ ଜମି ଉପଲବ୍ଧ ନାହିଁ, ତେବେ ଉପଲବ୍ଧତା ଅନୁଯାୟୀ ଭାଗବାଣ୍ଟି ହେବ। ସେହିପରି ନିୟମ ୭(୩)ର ଅନୁଯାୟୀ, ବାସହୀନ ବ୍ୟକ୍ତିଙ୍କୁ ଯେଉଁ ଜମି ଦିଆଯିବ, ସେହି ଜମି ଉତ୍ତରାଧିକାରଯୋଗ୍ୟ କିନ୍ତୁ ବ୍ୟବହାରଯୋଗ୍ୟ ହୋଇପାରିବ ନାହିଁ। ନୂତନ ସଂଶୋଧନ ଫଳରେ ଅଧିକ ବ୍ୟକ୍ତି ବାସହୀନ ବୋଲି ଚିହ୍ନଟ ହେବେ ଓ ସେମାନେ ଜମି ପାଇଁ ଯୋଗ୍ୟହେବେ। ଗ୍ରାମାଞ୍ଚଳରେ ଥିବା ବାସହୀନ ପରିବାରଗୁଡ଼ିକ ଅନୁସୂଚିତ ନିୟମ ଅନୁଯାୟୀ ଚିହ୍ନଟ କରାଯିବେ। ବାସହୀନ ଚିହ୍ନଟ ସମ୍ପୂର୍ଣ୍ଣ ହେବାର ଅବଧି ୩୧ ଡିସେମ୍ବର ୨୦୨୫ ରଖାଯାଇଛି। ଏହି ସମୟ ମଧ୍ୟରେ ନୂତନ ଚିହ୍ନଟ ଓ ପୁରୁଣା ତାଲିକାରେ ଥିବା ବ୍ୟକ୍ତିଙ୍କୁ ଜମି ବଣ୍ଟନ ପ୍ରକ୍ରିୟା ଚାଲୁରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri