ବ୍ରହ୍ମପୁର ଅଫିସ୍,୧୪ା୧-ଗୋଷାଣୀନୂଆଗଁ। ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୮ ଦିନ ବିତିଛି। କିନ୍ତୁ ଅଦ୍ୟାବଧି ୬ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ବର୍ତ୍ତମାନ ଜିଲା ପ୍ରଶାସନ ଓ ବାଳାଶ୍ରମ ଅଧିକାରୀଙ୍କ କାର୍ଯ୍ୟ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ପ୍ରଶାସନ ନିଦାବିଷ୍ଣୁ ପାଲଟିଛି। ବାଳାଶ୍ରମ ସୁପରିଣ୍ଟେଣ୍ଡେଣ୍ଟ ସସ୍ମିତା ପାଢ଼ୀ, ଶିଶୁ ମଙ୍ଗଳ ଅଧିକାରୀ ଜିଲାପାଳଙ୍କୁ ଠିକ୍ ତଥ୍ୟ ଦେଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ନିଖୋଜ ଅନ୍ତେବାସୀଙ୍କ ପତ୍ତା ଏବେସୁଦ୍ଧା ପୋଲିସ ପାଇନାହିଁ। ଗତ ୯ ତାରିଖରେ ୪ ଉଦ୍ଧାର ଅନ୍ତେବାସୀଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିବା ରାଜ୍ୟ ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବ କୁଆମର ସୁଲତାନା ବେଗମ୍ ବ୍ରହ୍ମପୁର ଗସ୍ତ ବେଳେ ସୂଚନା ଦେଇଥିଲେ। ତା’ ପରଦିନ ଅର୍ଥାତ୍ ୧୦ ତାରିଖରେ ଦୁଇଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଗୋଷାଣୀନୂଆଗଁା ଥାନାଧିକାରୀ ସୁମିତ୍ କୁମାର ସୋରେନ ସୂଚନା ଦେଇଥିଲେ। ସୋମବାର ୭ ଉଦ୍ଧାର ଅନ୍ତେବାସୀଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିବା ନେଇ ସିଡବ୍ଲ୍ୟୁସି ଚେୟାରମ୍ୟାନ ରଞ୍ଜିତ ବାନାର୍ଜୀ ସୂଚନା ଦେଇଛନ୍ତି। ମିଳିଥିବା ଏକ ସୂଚନା ପ୍ରକାରେ, ଉଦ୍ଧାର ଶିଶୁମାନଙ୍କ ନିକଟରୁ ଏକ ଚାବିପେନ୍ଥା ମିଳିିଛି। ସେହି ଚାବି ବାଳାଶ୍ରମର ହୋଇଥିବା ବେଳେ ତାହା ତାଙ୍କ ନିକଟକୁ କିପରି ଆସିଲା ସେନେଇ ପ୍ରଶ୍ନ ଉଠିଛି। ଶିଶୁମାନଙ୍କୁ ଖାଇବା, ପୋଷାକ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଦେବାରେ ପାତରଅନ୍ତର ହେଉଥିବା ଜଣାପଡ଼ିଛି। ଏପରିକି ପୁଞ୍ଜିଭୂତ ଅସନ୍ତୋଷରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ବାଳାଶ୍ରମରୁ ଚମ୍ପଟ ମାରିଥିବା ୧୩ ଅନ୍ତେବାସୀଙ୍କ ମଧ୍ୟରେ ବାଲ୍ୟବିବାହ ସମୟରେ ଉଦ୍ଧାର ହୋଇଥିବା ଜଣେ ନାବାଳିକା, ଚାଇଲ୍ଡ ଲାଇନ ଦ୍ୱାରା ଉଦ୍ଧାର ହୋଇଥିବା ଜଣେ ନାବାଳିକା, ବ୍ରହ୍ମପୁର ରେଳଷ୍ଟେଶନରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ୩ ନାବାଳିକାଙ୍କୁ ଉଦ୍ଧାର ପରେ ସେମାନଙ୍କୁ ସିଡବ୍ଲ୍ୟୁସି ଜରିଆରେ ବାଳାଶ୍ରମରେ ରଖାଯାଇଥିଲା। ସେହିପରି ୮ ନାବାଳିକା ପୋକ୍ସୋ ମାମଲାରେ କୋର୍ଟ ନିର୍ଦ୍ଦେଶ ପରେ ସେଠାରେ ରହୁଥିଲେ। ଗୋଟିଏ ପଟେ ବାଳାଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ ତାଙ୍କ ପରିବାର ଗ୍ରହଣ କରୁ ନ ଥିବା ବେଳେ ସମାଜ ମଧ୍ୟ ସେମାନଙ୍କୁ ବାସନ୍ଦ କରିଛି।
ଦୁଇଦିନ ପୂର୍ବରୁ ଉକ୍ତ ବାଳାଶ୍ରମରେ କାର୍ଯ୍ୟରତ ହାଉସ୍ ମଦର ଓ ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡେଣ୍ଟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଫଳରେ ହାଉସ୍ ମଦର ଧରିଥିବା ଚାବିପେନ୍ଥା ସେଠାରେ ଫୋପାଡ଼ି ଦେଇଥିଲେ। ତେବେ ଚମ୍ପଟ ମାରିଥିବା ଅନ୍ତେବାସୀଙ୍କୁ ଉଦ୍ଧାର କରିବା ପାଇଁ ଉଭୟ ଜିଲା ଶିଶୁ ସୁରକ୍ଷା ଅଧିକାରୀ, ସୁପରିଣ୍ଟେଣ୍ଡେଣ୍ଟ ସେମାନଙ୍କ ସମ୍ପର୍କୀୟଙ୍କ ଫୋନ ନମ୍ବର ଓ ଠିକଣା ଜାଣିଥିଲେ ମଧ୍ୟ ପୋଲିସକୁ ଠିକ୍ ଭାବେ ସୂଚନା ଦେଉ ନ ଥିବାରୁ ଅଦ୍ୟାବଧି ନିଖୋଜ ନାବାଳିକାଙ୍କୁ ପୋଲିସ ଚିହ୍ନଟ କରି ଉଦ୍ଧାର କରିବାରେ କଷ୍ଟ ହେଉଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସେହିପରି ମଙ୍ଗଳବାର ଶିଶୁ ସୁରକ୍ଷା ଓ ଯନତ୍ ସମ୍ପର୍କରେ ଜିଲାପାଳଙ୍କ ତତ୍ତ୍ବାବଧାନରେ ଏକ ଜରୁରୀ ବୈଠକ ବସିବା ପାଇଁ ହୋଇଥିବା ଜଣାପଡ଼ିଛି।
ଗତ ୯ ତାରିଖ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଓ ଅନୁଧ୍ୟାନ କରିବା ନିମନ୍ତେ ରାଜ୍ୟ ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବ ବେଗମ ଏବଂ ଉକ୍ତ ବିଭାଗର ଶିଶୁ ମଙ୍ଗଳ ଅଧିକାରୀ ଅନୁପମା ବିଶ୍ୱାଳ ପ୍ରମୁଖ ଆସି ବାଳାଶ୍ରମରୁ ନିଖୋଜ ନାବାଳିକାଙ୍କ ସମ୍ପର୍କରେ ବୁଝିଥିଲେ।
ଏ ସମ୍ପର୍କରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କୁହନ୍ତି, ଏନେଇ ମୋ ନିକଟରେ କୌଣସି ତଥ୍ୟ ନାହିଁ। ତଥ୍ୟ ମିଳିବା ପରେ ଜଣାଇ ଦିଆଯିବ।
କଂଗ୍ରେସ ଛାଡିବେ କି ମୋକିମ? ଭକ୍ତଙ୍କୁ କଲେ ଖୋଲା ଚ୍ୟାଲେଞ୍ଜ, ସୋନିଆଙ୍କୁ ଚିଠି ଲେଖି କହିଲେ…
ଭୁବନେଶ୍ୱର,୧୦।୧୨: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ମୋକିମ। ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ...
ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…
ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...
ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…
ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...
ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ
ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...
ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ…
ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...
କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି
ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...
ତାମିଲ ବାବୁଙ୍କୁ ଧର…ମୋହନ ସରକାରଙ୍କୁ କାହିଁକି ଏମିତି କହିଲେ ରଣେନ୍ଦ୍ର
ଭୁବନେଶ୍ୱର,୧୦।୧୨(ରବି ନାରାୟଣ ଜେନା):ନିର୍ବାଚନ ବେଳେ ତାମିଲ ବାବୁ ଚାବି ନେଇଗଲେ ବୋଲି କହୁଥିଲ। ଏବେ ତାମିଲ ବାବୁଙ୍କୁ ଧର ବୋଲି ବିଜେଡିର ବରିଷ୍ଠ ସଦସ୍ୟ ରଣେନ୍ଦ୍ର...
୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...
Archives


