ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ୮ ଦିନ ପରେ ବି ୬ ଜଣଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ୍‌,୧୪ା୧-ଗୋଷାଣୀନୂଆଗଁ। ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୮ ଦିନ ବିତିଛି। କିନ୍ତୁ ଅଦ୍ୟାବଧି ୬ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ବର୍ତ୍ତମାନ ଜିଲା ପ୍ରଶାସନ ଓ ବାଳାଶ୍ରମ ଅଧିକାରୀଙ୍କ କାର୍ଯ୍ୟ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ପ୍ରଶାସନ ନିଦାବିଷ୍ଣୁ ପାଲଟିଛି। ବାଳାଶ୍ରମ ସୁପରିଣ୍ଟେଣ୍ଡେଣ୍ଟ ସସ୍ମିତା ପାଢ଼ୀ, ଶିଶୁ ମଙ୍ଗଳ ଅଧିକାରୀ ଜିଲାପାଳଙ୍କୁ ଠିକ୍‌ ତଥ୍ୟ ଦେଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ନିଖୋଜ ଅନ୍ତେବାସୀଙ୍କ ପତ୍ତା ଏବେସୁଦ୍ଧା ପୋଲିସ ପାଇନାହିଁ। ଗତ ୯ ତାରିଖରେ ୪ ଉଦ୍ଧାର ଅନ୍ତେବାସୀଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିବା ରାଜ୍ୟ ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବ କୁଆମର ସୁଲତାନା ବେଗମ୍‌ ବ୍ରହ୍ମପୁର ଗସ୍ତ ବେଳେ ସୂଚନା ଦେଇଥିଲେ। ତା’ ପରଦିନ ଅର୍ଥାତ୍‌ ୧୦ ତାରିଖରେ ଦୁଇଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଗୋଷାଣୀନୂଆଗଁା ଥାନାଧିକାରୀ ସୁମିତ୍‌ କୁମାର ସୋରେନ ସୂଚନା ଦେଇଥିଲେ। ସୋମବାର ୭ ଉଦ୍ଧାର ଅନ୍ତେବାସୀଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିବା ନେଇ ସିଡବ୍ଲ୍ୟୁସି ଚେୟାରମ୍ୟାନ ରଞ୍ଜିତ ବାନାର୍ଜୀ ସୂଚନା ଦେଇଛନ୍ତି। ମିଳିଥିବା ଏକ ସୂଚନା ପ୍ରକାରେ, ଉଦ୍ଧାର ଶିଶୁମାନଙ୍କ ନିକଟରୁ ଏକ ଚାବିପେନ୍ଥା ମିଳିିଛି। ସେହି ଚାବି ବାଳାଶ୍ରମର ହୋଇଥିବା ବେଳେ ତାହା ତାଙ୍କ ନିକଟକୁ କିପରି ଆସିଲା ସେନେଇ ପ୍ରଶ୍ନ ଉଠିଛି। ଶିଶୁମାନଙ୍କୁ ଖାଇବା, ପୋଷାକ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଦେବାରେ ପାତରଅନ୍ତର ହେଉଥିବା ଜଣାପଡ଼ିଛି। ଏପରିକି ପୁଞ୍ଜିଭୂତ ଅସନ୍ତୋଷରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ବାଳାଶ୍ରମରୁ ଚମ୍ପଟ ମାରିଥିବା ୧୩ ଅନ୍ତେବାସୀଙ୍କ ମଧ୍ୟରେ ବାଲ୍ୟବିବାହ ସମୟରେ ଉଦ୍ଧାର ହୋଇଥିବା ଜଣେ ନାବାଳିକା, ଚାଇଲ୍‌ଡ ଲାଇନ ଦ୍ୱାରା ଉଦ୍ଧାର ହୋଇଥିବା ଜଣେ ନାବାଳିକା, ବ୍ରହ୍ମପୁର ରେଳଷ୍ଟେଶନରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ୩ ନାବାଳିକାଙ୍କୁ ଉଦ୍ଧାର ପରେ ସେମାନଙ୍କୁ ସିଡବ୍ଲ୍ୟୁସି ଜରିଆରେ ବାଳାଶ୍ରମରେ ରଖାଯାଇଥିଲା। ସେହିପରି ୮ ନାବାଳିକା ପୋକ୍‌ସୋ ମାମଲାରେ କୋର୍ଟ ନିର୍ଦ୍ଦେଶ ପରେ ସେଠାରେ ରହୁଥିଲେ। ଗୋଟିଏ ପଟେ ବାଳାଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ ତାଙ୍କ ପରିବାର ଗ୍ରହଣ କରୁ ନ ଥିବା ବେଳେ ସମାଜ ମଧ୍ୟ ସେମାନଙ୍କୁ ବାସନ୍ଦ କରିଛି।
ଦୁଇଦିନ ପୂର୍ବରୁ ଉକ୍ତ ବାଳାଶ୍ରମରେ କାର୍ଯ୍ୟରତ ହାଉସ୍‌ ମଦର ଓ ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡେଣ୍ଟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଫଳରେ ହାଉସ୍‌ ମଦର ଧରିଥିବା ଚାବିପେନ୍ଥା ସେଠାରେ ଫୋପାଡ଼ି ଦେଇଥିଲେ। ତେବେ ଚମ୍ପଟ ମାରିଥିବା ଅନ୍ତେବାସୀଙ୍କୁ ଉଦ୍ଧାର କରିବା ପାଇଁ ଉଭୟ ଜିଲା ଶିଶୁ ସୁରକ୍ଷା ଅଧିକାରୀ, ସୁପରିଣ୍ଟେଣ୍ଡେଣ୍ଟ ସେମାନଙ୍କ ସମ୍ପର୍କୀୟଙ୍କ ଫୋନ ନମ୍ବର ଓ ଠିକଣା ଜାଣିଥିଲେ ମଧ୍ୟ ପୋଲିସକୁ ଠିକ୍‌ ଭାବେ ସୂଚନା ଦେଉ ନ ଥିବାରୁ ଅଦ୍ୟାବଧି ନିଖୋଜ ନାବାଳିକାଙ୍କୁ ପୋଲିସ ଚିହ୍ନଟ କରି ଉଦ୍ଧାର କରିବାରେ କଷ୍ଟ ହେଉଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସେହିପରି ମଙ୍ଗଳବାର ଶିଶୁ ସୁରକ୍ଷା ଓ ଯନତ୍ ସମ୍ପର୍କରେ ଜିଲାପାଳଙ୍କ ତତ୍ତ୍ବାବଧାନରେ ଏକ ଜରୁରୀ ବୈଠକ ବସିବା ପାଇଁ ହୋଇଥିବା ଜଣାପଡ଼ିଛି।
ଗତ ୯ ତାରିଖ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଓ ଅନୁଧ୍ୟାନ କରିବା ନିମନ୍ତେ ରାଜ୍ୟ ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବ ବେଗମ ଏବଂ ଉକ୍ତ ବିଭାଗର ଶିଶୁ ମଙ୍ଗଳ ଅଧିକାରୀ ଅନୁପମା ବିଶ୍ୱାଳ ପ୍ରମୁଖ ଆସି ବାଳାଶ୍ରମରୁ ନିଖୋଜ ନାବାଳିକାଙ୍କ ସମ୍ପର୍କରେ ବୁଝିଥିଲେ।
ଏ ସମ୍ପର୍କରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କୁହନ୍ତି, ଏନେଇ ମୋ ନିକଟରେ କୌଣସି ତଥ୍ୟ ନାହିଁ। ତଥ୍ୟ ମିଳିବା ପରେ ଜଣାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri