Categories: ଦେବଗଡ଼

ବାଲ୍ୟ ବିବାହ ରୋକିଲେ ଚାଇଲ୍ଡଲାଇନ କର୍ମକର୍ତ୍ତା

ଦେବଗଡ,୫ା୫(ଡି.ଏନ.ଏ)-ଦେବଗଡ ଜିଲା ବାରକୋଟ ବ୍ଲକ କାଉଁଶିବାହାଲ ପଞ୍ଚାୟତ ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ବାଲ୍ୟ ବିବାହ ପାଇଁ ଯୋଜନା ଚାଲିଥିବା ବେଳେ ଏହାକୁ ରୋକିଛନ୍ତି ଚାଇଲ୍ଡଲାଇନର କର୍ମକର୍ତ୍ତା। ସୂଚନା ଅନୁଯାୟୀ ଗୌଡସୁଗୁଡା ଗ୍ରାମରେ ଏକ ବାଲ୍ୟ ବିବାହ ସ୍ଥିର ହୋଇଥିବା ଖବର ମିଳିବା ପରେ ଚାଇଲ୍ଡଲାଇନର ସଂଯୋଜକ ରମାକାନ୍ତ ସାହୁ, ଆକ୍ସନ୍‌ ଏଡ୍‌ର ବାଲ୍ୟ ବିବାହ ନିରୋଧ ଜିଲା ପରାମର୍ଶଦାତା କୁମୁଦ ଚନ୍ଦ୍ର ଶତପଥୀ ଓ ଅଙ୍ଗନୱାଡି କର୍ମୀ ରୁକ୍ମିଣୀ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ ା ସେଠାରେ ଉଭୟ ବର ଓ କନ୍ୟା ପକ୍ଷଙ୍କୁ ବାଲ୍ୟ ବିବାହ ଆଇନ ସମ୍ମତ ହୋଇ ନ ଥିବା ଦର୍ଶାଇ ବୁଝାଶୁଝା କରି ଏହି ବିବାହକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ ା ଏଥିରେ ଉଭୟ ବର ଓ କନ୍ୟା ପକ୍ଷ ରାଜି ହୋଇଥିଲେ। ପରେ ସାକ୍ଷୀମାନଙ୍କ ଉପସ୍ଥିତିରେ ଉଭୟ ପକ୍ଷ ଏକ ଚୁକ୍ତିନାମା ସ୍ବାକ୍ଷର କରି ବାଲ୍ୟ ବିବାହ ଆଇନକୁ ମାନିବେ ବୋଲି ଚୁକ୍ତି କରିଥିଲେ।