ବାଲ୍ୟ ବିବାହ ରୋକିଲା ପ୍ରଶାସନ

ପାଟପୁର,୩ା୨-ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର, କଉଡିଆ, କଙ୍କୋରଡା ଅଞ୍ଚଳରେ ହେବାକୁ ଥିବା ବାଲ୍ୟ ବିବାହକୁ ସୋମବାର ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଉକ୍ତ ଅଞ୍ଚଳରେ ପରିବାର ଲୋକେ ନାବାଳିକାଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଥିଲେ। ଖବର ପାଇ ବ୍ରହ୍ମପୁର ଚାଇଲଡ଼ ଲାଇନ ପ୍ରଭାତ ପାଢ଼ୀ, ପି.ପ୍ରଣୀତାଙ୍କ ନେତୃତ୍ୱରେ ସାନଖେମୁଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଭାରପ୍ରାପ୍ତ ଅଧିକାରୀ ସରୋଜିନୀ ବେହେରା, ସୁପ୍ରଭାଇଜର କେ.ଅଶାନ୍ତ କୁମାରୀ ପାତ୍ର, ପାଟପୁର ଏଏସ୍‌ଆଇ ଅର୍ଜୁନ ଶବର ଉକ୍ତ ଗ୍ରାମଗୁଡିକରେ ପହଞ୍ଚତ୍ ନାବାଳିକାଙ୍କ ପରିବାର ସହ ଆଲୋଚନା କରିଥିଲେ। ବାଲ୍ୟ ବିବାହ କରାଇଲେ ରହିଥିବା ଆଇନଗତ ଦଣ୍ଡ ବ୍ୟବସ୍ଥା, ଅସୁବିଧା ସମ୍ପର୍କରେ ସେମାନଙ୍କୁ ବୁଝାଇ ବାହାଘର ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ।