ବାଲ୍ୟ ବିବାହ କରୁଛନ୍ତି ଶହେରୁ ୨୪ ଝିଅ

ବ୍ରହ୍ମପୁର ଅଫିସ୍‌,୨୨ା୧୧- କନ୍ୟା ସନ୍ତାନଙ୍କ ସଂଖ୍ୟା ବୃଦ୍ଧି, ସେମାନଙ୍କ ସୁରକ୍ଷା, ଗୁଣିଗାରେଡ଼ି ବିରୋଧରେ ସଚେତନତା ଏବଂ ଚିକିତ୍ସାଳୟଗୁଡ଼ିକର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅଭିଯାନରେ ଗୁରୁବାର ସାମିଲ ହୋଇଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ କୁଲାଙ୍ଗେ କନ୍ୟା ଶିଶୁମାନଙ୍କ ସୁରକ୍ଷା ଏବଂ ସମ୍ମାନକୁ ଗୁରୁତ୍ୱ ଦେଇଥିଲେ। ଏଥିସହ ସରକାରୀ ସ୍କୁଲ ଏବଂ ସରକାରୀ ହସ୍‌ପିଟାଲ୍‌କୁ ଅଧିକ ମାତ୍ରାରେ ଆର୍ଥିକ ଏବଂ ଦ୍ରବ୍ୟ ସାହାଯ୍ୟ ପ୍ରଦାନ କରିବାକୁ ସେ ଆହ୍ବାନ ଦେଇଥିଲେ। ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ପ୍ରଜ୍ଞାନ ସମ୍ମିଳନୀ କକ୍ଷରେ ଗୁରୁବାର ସକାଳେ ‘ମୋ ଗେହ୍ଲା ଝିଅ’, ‘ନିର୍ଭୟ କଢ଼ି’, ‘ମୋ ହସ୍‌ପିଟାଲ୍‌ ମୋ ଗର୍ବ’, ‘ମୁଁ ସଚେତନ’ ଏବଂ ନବଜାତ ଶିଶୁ ଯତ୍ନ ସପ୍ତାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ କୁଲାଙ୍ଗେ କହିଥିଲେ, ଜିଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମଗୁଡ଼ିକର ମହତ ଉଦ୍ଦେଶ୍ୟ ରହିଛି। ଜିଲାରେ କନ୍ୟା ସନ୍ତାନମାନଙ୍କ ସୁରକ୍ଷା ପାଇଁ ‘ମୋ ଗେହ୍ଲା ଝିଅ’ ଏବଂ ‘ନିର୍ଭୟ କଢ଼ି’ କାର୍ଯ୍ୟକାରୀ କରାଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାରେ ଶହେ ବିବାହ ମଧ୍ୟରୁ ୨୪ଜଣ ଝିଅଙ୍କ ବୟସ ୧୮ବର୍ଷରୁ କମ୍‌। ସେହିଭଳି ଲିଙ୍ଗଗତ ବୈଷମ୍ୟ ମଧ୍ୟ ଅଧିକ ରହିଛି। କେବଳ ପ୍ରଶାସନ ଚାହିଁଲେ, ଏହି ସମସ୍ୟା ଦୂର ହୋଇପାରିବ ନାହିଁ। ବାଲ୍ୟ ବିବାହ ଏବଂ କନ୍ୟାଭ୍ରୁଣ ହତ୍ୟା ବିରୋଧରେ ଝିଅମାନେ ସ୍ବର ଉଠାଇବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟପଟେ ଜିଲାରେ ଗୁଣିଗାରେଡ଼ିରୁ ହତ୍ୟା ଏବଂ ଆକ୍ରମଣ ଭଳି ମାମଲା ଦୃଷ୍ଟିକୁ ଆସିଛି। ଏଭଳି ମାମଲା ବଢ଼ୁଛି। ଗୁଣିଗାରେଡ଼ି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ‘ମୁଁ ସଚେତନ’ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ବ୍ୟାପକ ସଭା ସହ ଲିଫ୍‌ଲେଟ୍‌ ବଣ୍ଟନ ଏବଂ ବିଦ୍ୟାଳୟସ୍ତରରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜିଲାପାଳ କୁଲାଙ୍ଗେ କହିଥିଲେ। ଏତଦ୍‌ ବ୍ୟତୀତ ସରକାରୀ ହସ୍‌ପିଟାଲ୍‌ଗୁଡ଼ିକରେ ଉନ୍ନତ ଚିକିତ୍ସା ସେବା ଏବଂ ବିକାଶ ପାଇଁ ‘ମୋ ହସ୍‌ପିଟାଲ୍‌ ମୋ ଗର୍ବ’ ଅଭିଯାନ ଆରମ୍ଭ କରାଯାଇଛି। ଜନଭାଗୀଦାରିତା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ଥାନୀୟ ଅଞ୍ଚଳବାସିନ୍ଦାଠାରୁ ହସ୍‌ପିଟାଲ୍‌ର ଉନ୍ନତୀକରଣ ପାଇଁ ଦ୍ରବ୍ୟ ଏବଂ ଆର୍ଥିକ ସାହାଯ୍ୟ ଗ୍ରହଣ କରାଯିବ। ମନ୍ଦିରକୁ ଯେମିତି ଲୋକମାନେ ଦାନ କରୁଛନ୍ତି, ହସ୍‌ପିଟାଲ୍‌କୁ ମଧ୍ୟ ଦାନ କରିବା ଉଚିତ। ଏହି ଅବସରରେ ସଦ୍ୟଜାତ ୩୦ କନ୍ୟା ସନ୍ତାନ ଏବଂ ସେମାନଙ୍କ ମା’ମାନଙ୍କୁ ବେବି କିଟ୍‌ ବ୍ଲାଙ୍କେଟ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ବାଲ୍ୟ ବିବାହ ବିରୋଧରେ ସମସ୍ତେ ଶପଥପାଠ କରିଥିଲେ। ଏଥି ସହ ‘ମୋ ହସ୍‌ପିଟାଲ୍‌ ମୋ ଗର୍ବ’ ଏବଂ ‘ମୁଁ ସଚେତନ’ ଅଭିଯାନର ଲୋଗୋ ଉନ୍ମୋଚନ କରାଯାଇଥିଲା। ‘ମୋ ହସ୍‌ପିଟାଲ୍‌ ମୋ ଗର୍ବ’ରେ ଏନ୍‌ଏଚ୍‌ଏମ୍‌ ତରଫରୁ ଗରମ ଜଳ ପ୍ରକଳ୍ପ, ଏସ୍‌ବିଆଇ ଭାପୁରବଜାର ଶାଖା ଏବଂ କାର୍ଡ଼ ତରଫରୁ ଚୌକି ଏବଂ ଆଇଏସ୍‌ଆର୍‌ଡି ତରଫରୁ ସିଲିଂ ଫ୍ୟାନ୍‌ ପ୍ରଦାନ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏଡିପିଏଚ୍‌ଓ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ, ସିଟି ହସ୍‌ପିଟାଲ୍‌ର ଅଧୀକ୍ଷକ ଡା. ପି.କୁର୍ମାୟା, ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗୀ, ଏନ୍‌ଏଚ୍‌ଏମ୍‌ର ଡିଏମ୍‌ଆର୍‌ସିଏଚ୍‌ ଶକ୍ତି କୁମାର ଦିଗାଲ୍‌, ଆଶା ଏଏମ୍‌ ଆଶିଷ କୁମାର ମିଶ୍ର, ଏଏମ୍‌ ପ୍ରଶିକ୍ଷକ ଶିବ ରଞ୍ଜନ ଦାସ ଏବଂ ସିଟି ହସ୍‌ପିଟାଲ୍‌ର ମ୍ୟାନେଜର କବିତା ମଞ୍ଜରୀ ପଲେଇ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri