ବାଲ୍ୟବିବାହ ଭୟରେ ଘରୁ ପଳାଇଥିବା ନାବାଳିକା ଉଦ୍ଧାର

ଓଡ଼ଗାଁ,୧୭।୧୧(ସ୍ବ.ପ୍ର.)-ବାଲ୍ୟ ବିବାହ ଭୟରେ ଘରୁ ନିଖୋଜ ହୋଇଯାଇଥିଲେ ଜଣେ ନାବାଳିକା। ଦୀର୍ଘମାସ ପରେ ଶନିବାର ତାଙ୍କୁ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ନୟାଗଡ ଜିଲା ଓଡଗଁାର ଆଦର୍ଶ ଥାନା ଅଞ୍ଚଳରେ। ସାକେରୀ ଗ୍ରାମରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ନାବାଳିକାଙ୍କୁ ତାଙ୍କ ମାତାପିତା ବିବାହ ଦେବା ପାଇଁ ଉଦ୍ୟମ କରିଥିଲେ ା ନାବାଳିକା ଜଣକ ମାତା ପିତାଙ୍କ ଯୋଜନା ସମ୍ପର୍କରେ ଜାଣିବା ପରେ ଫେବୃୟାରୀ ୧୬ ତାରିଖରେ ଘରୁ ନିଖୋଜ ହୋଇଯାଇଥିଲେ ା ସେ ଭୁବନେଶ୍ୱର ଅନ୍ତର୍ଗତ ପାହାଳ ଥାନା ଅଞ୍ଚଳରେ ରହୁଥିବା ତାଙ୍କର ବଡ ଭଉଣୀଙ୍କ ଶାଶୁଙ୍କ ପାଖକୁ ଚାଲିଯାଇଥିଲେ। ଝିଅକୁ ବହୁ ଖୋଜାଖୋଜି କରି ନ ପାଇବା ପରେ ନାବାଳିକାଙ୍କ ବାପା ୧୯ ତାରିଖରେ ଝିଅ ନିଖୋଜ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ା ପୋଲିସ ଏନେଇ ନଂ୨୭/୧୯ରେ ଏକ ମାମଲା ରୁଜୁ କରିବା ସହିତ ନାବାଳିକାଙ୍କୁ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରି ରଖିଥିଲା । ପରବର୍ତ୍ତୀ ସମୟରେ ଝିଅ ସମ୍ପର୍କୀୟ ଘରେ ରହୁଥିବା ବାପା ଜାଣିବାକୁ ପାଇଥିଲେ ମଧ୍ୟ ପୋଲିସକୁ ୯ ମାସ ପଯର୍‌ୟନ୍ତ ଭୁଆଁ ବୁଲାଇ ଚାଲିଥିଲେ ମଧ୍ୟ କୌଣସି ସୂଚନା ଦେଇ ନ ଥିଲେ ା ତେବେ କୌଣସି ସୂତ୍ରରୁ ଖବରପାଇ ପୋଲିସ ଶନିବାର ଭୋର ସମୟରେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରିଥିଲା। ସ୍ଥାନୀୟ ଜେଏମଏଫସି କୋର୍ଟରେ ଧାରା ୧୬୪ ଅନୁସାରେ ବୟାନ ରେକର୍ଡ କରାଇଥିଲା ା ଘରେ ଜୋରଜବରଦସ୍ତ ତାଙ୍କୁ ବିବାହ ଦେବାକୁ ଉଦ୍ୟମ କରାଯାଉଥିବାରୁ ସେ ମାଟ୍ରିକ ପରୀକ୍ଷା ନ ଦେଇ ଘରୁ ଚାଲିଯାଇଥିଲେ ବୋଲି ନାବାଳିକା କହିଥିବା ଜଣାଯାଇଛି ା ଆଦର୍ଶ ଥାନା ଅଧିକାରୀ ମମତା ପତି ନାବାଳିକାଙ୍କ ମାତାପିତାଙ୍କୁ ବାଲ୍ୟବିବାହର କୁପରିଣାମ ସମ୍ପର୍କରେ ବହୁ ବୁଝାଶୁଝା କରିବା ପରେ ନାବାଳିକାଙ୍କୁ ହସ୍ତାନ୍ତର କରିଥିବା ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଘର ଗ୍ରିଲ୍‌ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ

ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍‌ ହୋଇଛି। ଆଠଜଣ ଡକାୟତ ସୋମବାର...

ନୟାଗଡ଼ରେ ବନ୍ଧୁକ ତିଆରି କାରଖାନା ଠାବ

ନୟାଗଡ଼,୩୦ା୧୧: ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି...

ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ                   

ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି...

ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ

ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri