ବାଲେଶ୍ୱର ଷ୍ଟେଶନରେ ଅହୋରାତ୍ର ଉଡ଼ିଲା ତ୍ରିରଙ୍ଗା

ବାଲେଶ୍ୱର ଅଫିସ, ୧।୨-ବାଲେଶ୍ୱର ରେଳଷ୍ଟେଶନଠାରେ ରେଳ ବିଭାଗ ପକ୍ଷରୁ ଅହୋରାତ୍ର ତ୍ରିରଙ୍ଗା ପତକା ଉଡ଼ିବା ବ୍ୟବସ୍ଥା ଶୁକ୍ରବାରଠାରୁ କରାଯାଇଛି। ସଦର ବିଧାୟକ ମଦନମୋହନ ଦତ୍ତ ଷ୍ଟେଶନରେ ପହଞ୍ଚତ୍ ତ୍ରିରଙ୍ଗା ପତକାକୁ ସଲାମ କରିଥିଲେ। ବିଧାୟକଙ୍କ ଅନୁରୋଧ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ସଂଖ୍ୟା ୯୮୭୩ରେ ଉକ୍ତ ପ୍ରକଳ୍ପ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁଁ ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବା ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରିଛନ୍ତି। ଏହି ଅବସରରେ ଷ୍ଟେଶନମାଷ୍ଟର ବିକାଶ ରଞ୍ଜନ ବେହେରା, ଆରପିଏଫ୍‌ ଜେନ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଅନନ୍ତ ନାୟକ, ଧିରଜ ମହାନ୍ତି, ମଣ୍ଟୁ ପେରିୱାଲ, କୈଶିକ ଚାନ୍ଦ, ଅନୀଲ ପାତ୍ର, ହୃଦାନନ୍ଦ ନାୟକ, ବାଟା ମାଝୀ, ଯୋଗେନ ରଣା, ଶକ୍ତି ପାଣିଗ୍ରାହୀ, ଜିତୁ ଷଡଙ୍ଗୀ, ଶର୍ମିଷ୍ଠା ଦଳେଇଙ୍କ ସମେତ ଅନେକ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।