ବାଲେଶ୍ୱର ଲକ୍‌ଡାଉନ୍‌: ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଯାତାୟାତ କରିବାକୁ ଲୋକଙ୍କୁ ଅନୁମତି

ବାଲେଶ୍ୱର ଅଫିସ,୨୪।୩: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ ନେଇ ସୋମବାର ୯ଟି ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହି ୯ ଜିଲାର ତାଲିକାରେ ଥିବା ବାଲେଶ୍ୱର ସହରକୁ ମଙ୍ଗଳବାର ପୂର୍ବାହ୍ନରୁ ଲକ୍‌ଡାଉନ୍‌ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ତଥା ଗ୍ରୋସରି, ପନିପରିବା, ଔଷଧ ଆଦି କିଣିବା ଲାଗି ଲୋକଙ୍କୁ ଯାତାୟାତ କରିବାକୁ ଅନୁମତି ମିଳୁଛି।