ବାଲେଶ୍ୱର, ଭଦ୍ରକ, ଯାଜପୁର ପାଇଁ ଷ୍ଟେଟ୍‌ ର଼୍ୟାପିଡ୍‌ ରେସପନ୍ସ ଟିମ୍‌ ଗଠିତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ବାଲେଶ୍ୱର, ଭଦ୍ରକ, ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨ ଦିନ ଭିତରେ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ୩ଟି ଷ୍ଟେଟ୍‌ ରାପିଡ୍‌ ରେସପନ୍ସ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଭଦ୍ରକ, ବାଲେଶ୍ୱର, ଓ ଯାଜପୁର ଜିଲା ଗସ୍ତ କରିବେ ।
ଏସ୍‌ସିବି ମେଡିକାଲରେ ଟେକ୍‌ନିକାଲ ଟିମ୍‌ ଯାଜପୁର ଜିଲା ଗସ୍ତ କରିବେ। ଫକୀର ମୋହନ ମେଡିକାଲ କଲେଜର ଟିମ୍‌ ବାଲେଶ୍ୱର ଓ ଭଦ୍ରକ ଯିବ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବାଲେଶ୍ୱର ଜିଲା ଓ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଭଦ୍ରକ ଜିଲା ଗସ୍ତ କରିବେ। ସେହିପରି ପରିବାର କଲ୍ୟଣ ବିଭାଗ ନିର୍ଦ୍ଦେଶକ ଯାଜପୁର ଗସ୍ତରେ ଯିବେ। ମେଡିକାଲ କଲେଜ ବିଶେଷଜ୍ଞ ଓ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର କଣ୍ଟେନମେଣ୍ଟ ଜୋନ୍‌ ତଦାରଖ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆାଯାଇଛି।