ବାଲେଶ୍ୱର ବିଷ୍ଣୁପୁର ଗ୍ରାମର ୧୨ ପ୍ରବେଶ ପଥ ସିଲ୍‌

ବାହାନାଗା,୨୮।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବିଷ୍ଣୁପୁର ଗ୍ରାମର ୧୨ଟି ପ୍ରବେଶ ପଥକୁ ମଙ୍ଗଳବାର ସିଲ୍‌ କରାଯାଇଛି। ବାହାନଗା ବ୍ଳକରେ ୧୬ନଂ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଷ୍ଣୁପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଥିସହ ଗଁାର ୧୨ଟି ପ୍ରବେଶପଥକୁ ପ୍ରଶାସନ ପକ୍ଷରୁ ସିଲ୍‌ କରିଦିଆଯାଇ ପୁରା ଗାଁକୁ ବିଶୋଧନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଗାଁର ସ୍ଥିତିକୁ ନିଜେ ପ୍ରଶାସନ ତଦାରଖ କରୁଥିବା ବେଳେ ସମସ୍ତ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ଜଣାପଡ଼ିଛି। ଏହି ସମୟରେ ଉପଜିଲ୍ଲାପାଳ ନିଲୁ ମହାପାତ୍ର, ବିଡିଓ ରଘୁନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିବା ସୂଚନା ମିଳିଛି।