ବାଲେଶ୍ୱର-ଫୁଲାଡ଼ି ରାସ୍ତାରୁ ବ୍ରାଉନ୍‌ସୁଗାର ଜବତ: ୪ ଗିରଫ

ବାଲେଶ୍ୱର ଅଫିସ,୧୮।୬: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ପୋଲିସ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରି ବାଲେଶ୍ୱର-ଫୁଲାଡ଼ି ରାସ୍ତାରୁ ଏକ କାରରେ ଯାଉଥିବା ୧ କିଲୋରୁ ଊଦ୍ଧର୍‌ବ ବ୍ରାଉନସୁଗାର ଜବତ କରିଛି। ଏହା ସହ ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଏକ ମୂଲ୍ୟବାନ୍‌ କାର ମଧ୍ୟ ଜବତ କରାଯାଇଛି।
ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳରୁ ଏକ କାରରେ ବ୍ରାଉନସୁଗାର ଯାଉଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।