ବାଲେଶ୍ୱର ପାଲଟିଛି ନକଲି ବିଦେଶୀ ମଦ ହବ୍‌

ବାଲେଶ୍ୱର ଅଫିସ,୨୮।୨- ବାଲେଶ୍ୱର ସହର ଏବଂ ତାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ନକଲି ବିଦେଶୀ ମଦର ବ୍ୟାପକ କାରବାର ବଢ଼ି ଚାଲିଥିବାରୁ ଯେକୌଣସି ସମୟରେ ମଦମୃତ୍ୟୁ ଭଳି ଅଘଟଣ ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପରିକି ସ୍ପିରିଟ୍‌ ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ମିଶ୍ରଣରେ ନକଲି ବିଦେଶୀ ମଦ ତିଆରି କରି ମଦ ବେପାରୀମାନେ ମାଲାମାଲ ହେଉଥିବା ଜଣାପଡ଼ିଛି। ଏହି ନକଲି ମଦ ସବୁକୁ ରାଜପଥପାର୍ଶ୍ୱ ଢ଼ାବା, ହୋଟେଲ ଏବଂ ଗ୍ରାମାଞ୍ଚଳରେ ବିଭିନ୍ନ ପାନ ଦୋକାନରେ ଅବାଧରେ ବିକ୍ରି ହେଉଛି। ଏହାଛଡ଼ା ବାଲେଶ୍ୱର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳମାନଙ୍କରେ ଥିବା କେତେକ ଅଫ୍‌ ସପ୍‌ (ଠିପି ବନ୍ଦ) ବିଦେଶୀ ମଦ ଦୋକାନରେ ମଧ୍ୟ ଏହିସବୁ ନକଲି ଓ ନିମ୍ନମାନର ମଦ ବିକ୍ରି ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି।
କିଛିଦିନ ତଳେ ମିତ୍ରପୁର ଅଞ୍ଚଳର ଜଣେ କୁଖ୍ୟାତ ମଦ ବେପାରୀ ନିଜେ ମଦ ପ୍ରସ୍ତୁତ କରୁଥିବାର ଫଟୋଚିତ୍ର ଲୋକଲୋଚନକୁ ଆସିଥିଲା। ସେଠାରୁ ଏକ ପିକଅପ୍‌ ଭର୍ତ୍ତି ନକଲି ବିଦେଶୀ ମଦକୁ ମଧ୍ୟ ଜବତ କରାଯାଇ ଜଣକୁ ଗିରଫ କରାଯାଇଥିଲେ ମଧ୍ୟ ମାମଲାକୁ ଦୁର୍ବଳ କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଅନ୍‌ସପ୍‌ (ଠିପି ଖୋଲା) ବା ବାର୍‌ମାନଙ୍କରେ ମଧ୍ୟ ନିମ୍ନମାନର ମଦ ବିକ୍ରି ହେଉଥିଲେ ମଧ୍ୟ ଅବକାରୀ ବିଭାଗ ଏଥିପ୍ରତି ଆଖି ବୁଜି ଦେଇଥିବାର ଅଭିଯୋଗ ହେଉଛି। ସେହିପରି ଗତ ଫେବୃୟାରୀ ୧୫ ତାରିଖ ରାତି ପ୍ରାୟ ୧୦ଟା ସମୟରେ ବିଭିନ୍ନ ଅଭିଯୋଗକୁ ଆଧାର କରି ସିନେମା ଛକ ସ୍ଥିତ ଏକ ବାର୍‌ ଉପରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ତେବେ ଉକ୍ତ ବାର୍‌ର ଷ୍ଟକ୍‌ ଖାତା ଅପଡେଟ୍‌ ନ ଥିବାବେଳେ ସ୍ବୀକୃତି ପ୍ରାପ୍ତ ବାର୍‌ ବୟ ମଧ୍ୟ ନ ଥିବାବେଳେ ଓଏସ୍‌ବିସିରୁ ଉଠାଯାଇଥିବା ମଦ ଅପେକ୍ଷା ସେଠାରେ ଯଥେଷ୍ଟ ଅଧିକ ପରିମାଣର ମଦ ମହଜୁଦ୍‌ ଥିବା ଜଣାପଡ଼ିଥିଲା। ଉକ୍ତ ବାର୍‌ ଉପରେ ଦୀର୍ଘ ୨ଘଣ୍ଟା ଧରି ଚଢ଼ାଉ କରାଯାଇ ସେଠାରେ ବିଭିନ୍ନ ପ୍ରକାରର ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ମାତ୍ର ଅବକାରୀ ବିଭାଗ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଗଲା ନାହିଁ। ତେବେ କୌଣସି ବଡ଼ଧରଣର ଅଘଟଣ ଘଟିବା ପୂର୍ବରୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ କାଯର୍‌ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ଏ ସମ୍ପର୍କରେ ଜିଲା ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କୁ ପଚାରିବାରୁ ଅଭିଯୋଗକ୍ରମେ ଉକ୍ତ ବାର୍‌ ଉପରେ ଚଢ଼ାଉ କରାଯାଇଥିଲା। ବାର୍‌ର ସମସ୍ତ ଆଇନ୍‌ଗତ କାଗଜ ଠିକ୍‌ଠାକ୍‌ ଥିବାବେଳେ ସ୍ବୀକୃତିପ୍ରାପ୍ତ ବାର୍‌ ବୟ ମଧ୍ୟ ଅଛନ୍ତି। ଅନ୍ୟପକ୍ଷେ ମିତ୍ରପୁର ଅଞ୍ଚଳରେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ରହୁଥିବା ଜଣେ କର୍ମଚାରୀ ତା’ର ଭଡ଼ା ଘରେ କମ୍‌ଦାମ୍‌ର ବିଦେଶୀ ମଦକୁ ଅଧିକ ଦାମ୍‌ ଥିବା ବିଦେଶୀ ମଦ ବୋତଲରେ ପୁରାଇ ସିଲ୍‌ କରି ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ମଦ ଦୋକାନୀ ମାଲିକ ଉକ୍ତ କର୍ମଚାରୀଙ୍କୁ ବାହାର କରିଦେଇଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri