ବାଲେଶ୍ୱର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲା

ବାଲେଶ୍ୱର ଅଫିସ,୧୫ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ଆଉ ୧୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲିଆପାଳ ବ୍ଲକର ୪ ଜଣ, ବାହାନଗା ବ୍ଲକର ୩, ସିମୁଳିଆ ବ୍ଲକର ୩ ଏବଂ ବାଲେଶ୍ୱର ପୌରାଞ୍ଚଳର ୨ ଜଣ ବୋଲି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନାରୁ ଜଣାପଡ଼ିଛି। ତେବେ ଚିହ୍ନଟର ହୋଇଥିବା ନେଳିଆବାଗ ଅଞ୍ଚଳର ମହିଳା ଜଣକ ବାଲେଶ୍ବରର ପ୍ରଥମ ଏବଂ ରାଜ୍ୟର ୬୧ ନମ୍ବର ଆକ୍ରାନ୍ତଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଯୁବକଙ୍କ ଘର ମାଣିଖମ୍ବ ଅଞ୍ଚଳରେ। ସେ ଦିଲ୍ଲୀରୁ ଆସି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ।