ବାଲେଶ୍ବରରେ ଭାରତ ବନ୍ଦ ଡାକରା ପ୍ରଭାବଶୂନ୍ୟ

ବାଲେଶ୍ୱର ଅଫିସ, ୨୯।୧: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ବାଲେଶ୍ବରରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବୁଧବାର ପୂର୍ବାହ୍ନ ୯ଟା ସମୟରେ ଗଗନ ସେଠୀଙ୍କ ନେତୃତ୍ୱରେ ମାତ୍ର ୧୫ରୁ ୧୬ ଜଣ ଲୋକ ଷ୍ଟେଶନ ଛକରେ ଆନ୍ଦୋଳନ ଆରମ୍ଭ କରିଥିଲେ। ମାତ୍ର ୧୦ ମିନିଟ ପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଦୋକାନ, ବଜାର, ସ୍କୁଲ, କଲେଜ ସରକାରୀ ଓ ବେସରକାରୀ ଅଫିସ ଦୈନନ୍ଦିନ ପରି ଖୋଲାଥିବା ଜଣାପଡିଛି।