ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ନିଃଶୁଳ୍କ ରୋଗ ନିରୂପଣ କେନ୍ଦ୍ରରେ ତାଲା; ଘରୋଇ କେନ୍ଦ୍ର ଉପରେ ନିର୍ଭରକରି ରୋଗୀ ଶୋଷଣର ଶିକାର

ବାଲୁଗାଁ,୧୨ା୭ (ଡି.ଏନ.ଏ.): ସ୍ବାସ୍ଥ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ହେତୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ସମ୍ପ୍ରତି ବହୁବିଧ ସମସ୍ୟା ଦେଇ ଗତି କରୁଛି| ଦୀର୍ଘବର୍ଷ ହେଲା ଏଠାରେ ଡାକ୍ତର ସମସ୍ୟା ଲାଗିରହିଥିବାରୁ ରୋଗୀମାନେ ଚିକିତ୍ସା ସେବାରୁ ବଞ୍ଚତ୍ତ ହେଉଛନ୍ତି ା ଅନ୍ୟପକ୍ଷରେ ଡାକ୍ତରଖାନା ପରିସରରେ ଥିବା ନିଦାନ-ନିଃଶୁଳ୍କ ରୋଗ ନିରୂପଣ ସେବା କେନ୍ଦ୍ରଟି ସର୍ବଦା ତାଲା ଝୁଲୁଥିବା ଦେଖାଦେଇଛି ା ଫଳରେ ରୋଗୀ ବାଧ୍ୟ ହୋଇ ଘରୋଇ ନିରୂପଣ କେନ୍ଦ୍ର ଉପରେ ନିର୍ଭର କରି ଆର୍ଥିକ ଶୋଷଣର ଶିକାର ହେଉଛନ୍ତି।
ପ୍ରକାଶ ଯେ, ରୋଗୀଙ୍କୁ ନିଃଶୁଳ୍କ ଓ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି ା ହେଲେ ବାଲୁଗାଁ ଡାକ୍ତରଖାନାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ା ୧୬ଶଯ୍ୟା ବିଶିଷ୍ଟ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ଗ୍ରାମର ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ନିର୍ଭର କରିଥାନ୍ତି। ଏହାଛଡା ରାଜପଥରେ ଦୁର୍ଘଟଣା ଘଟିଲେ ଜରୁରିକାଳୀନ ଚିକିତ୍ସା ସେବା ନିମନ୍ତେ ପ୍ରାୟ ୨୦ କିଲୋମିଟର ଦୂରରୁ ଆହତଙ୍କୁ ବାଲୁଗାଁ ଡାକ୍ତରଖାନା ଅଣାଯାଇଥାଏ ା ଏପରିସ୍ଥଳେ ଏଠାରେ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଡାକ୍ତର ଓ ଆନୁଷଙ୍ଗିକ ଯନ୍ତ୍ରାଂଶ ଉପଲବ୍ଧ ନ ଥିବାରୁ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି ା ବହୁବିଧ ସମସ୍ୟା ହେତୁ ଡାକ୍ତରଖାନାଟି ଏକପ୍ରକାର ଅଚଳ ଅବସ୍ଥାକୁ ଆସିଗଲାଣି ା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଡାକ୍ତରଖାନା ପରିସରରେ ଦୀର୍ଘଦିନ ହେଲା ଏକ ନିଃଶୁଳ୍ପ ରୋଗ ନିରୂପଣ କେନ୍ଦ୍ର ଖୋଲାଯାଇଛି ା ଏଠାରେ ୪୦ଗୋଟି ରୋଗ ନିରୂପଣ ପାଇଁ ରୋଗୀ ମାଗଣାରେ ସେବା ପାଇପାରିବେ ବୋଲି ଫଳକରେ ଉଲ୍ଲେଖ ରହିଛି ା କିନ୍ତୁ ପରିତାପର ବିଷୟ ଅଦ୍ୟାବଧି ଉକ୍ତ କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇ ନ ପାରି ତାଲା ଝୁଲୁଛି ା ଫଳରେ ରୋଗୀ ନିଃଶୁଳ୍ପ ସେବାରୁ ବଞ୍ଚତ୍ତ ହୋଇ ଘରୋଇ କେନ୍ଦ୍ରରେ ରୋଗ ନିରୂପଣ କରି ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ା ଦିନକୁ ଦିନ ଏହି ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ରୋଗୀଙ୍କ ଭରସା ତୁଟିବାରେ ଲାଗିଛି। ସାଧାରଣ କୌଣସି ରୋଗ ପାଇଁ ସେମାନେ ଦୂରଦୂରାନ୍ତକୁ ଯିବା ଲାଗି ବାଧ୍ୟ ହେଉଛନ୍ତି ା ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନ ନେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ା ଏ ସମ୍ପର୍କରେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ନିରୂପଣ କେନ୍ଦ୍ରରେ ନୂତନ ଭାବେ ଲଗାଯାଇଥିବା ଅଟୋ ଆନାଲାଇଜର ଯନ୍ତ୍ରାଂଶ ଚଳାଇବା ପାଇଁ ଅଭିଜ୍ଞ ଟେକ୍‌ନିସିଆନ୍‌ ନ ଥିଲେ ା ଇତି ମଧ୍ୟରେ ଟେକ୍‌ନିସିଆନଙ୍କ ପ୍ରଶିକ୍ଷଣ ସମାପ୍ତି ହୋଇଛି ା ସୋମବାରଠାରୁ କାର୍ଯ୍ୟରେ ଯୋଗଦେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

ସନ୍ତୋଷଙ୍କ ଟିକେଟକୁ ନେଇ ଜଟଣୀ ରାଜନୀତି ସରଗରମ

ଖୋର୍ଦ୍ଧା/ଜଟଣୀ,୧୬ା୪(ପ୍ରଭାତ ପାଣିଗ୍ରାହୀ/ରବୀନ୍ଦ୍ର ନାଥ ମହାକୁଡ଼):ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଜଟଣୀ ବିଧାନସଭା ଆସନ ପାଇଁ ବିଜେଡି ବିଭୂତି ବଳବନ୍ତରାୟ ଓ...

କାତ୍ୟାୟନୀ ବେଶରେ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଲେ ମା’ ବନଦୁର୍ଗା

ନିରାକାରପୁର,୧୪।୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତରେ ଥିବା ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ବାସନ୍ତୀକ ଚୈତ୍ର ନବରାତ୍ର ପୂଜା...

ଅଙ୍କ ଛିଣ୍ଡୁନି ନା ବିଦ୍ରୋହର ସ୍ବରକୁ ଡର

ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ୱର ଲୋକ ସଭା ନିର୍ବାଚନ ପାଇଁ ମେ’୨୫ ତାରିଖରେ ମତଦାନ ହେବ। ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି...

ତତଲା ବାଲି, କଣ୍ଟାରେ ଗଡ଼ିଲେ ମାନସିକଧାରୀ

ଖୋର୍ଦ୍ଧା,୧୪ା୪(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲାର ପୁରପଲ୍ଲୀରେ ମେରୁଯାତ୍ରା ପାଳିତ ହୋଇଯାଇଛି। ମାନସିକସାରୀ ୨୧ ଦିନ ଧରି ନିଷ୍ଠାର ସହ ଉପବାସ ରହି ପର୍ବକୁ ପାଳନ କରିଥିଲେ। ମାନସିକଧାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri