ବାଲୁକା କଳା ମାଧ୍ୟମରେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପୀ ଅଶୋକ

କରୋନା ମୁକାବିଲାରେ ବଲିଉଡ୍‌ ତାରକାମାନେ ସହାୟତାର ହାତ ବଢ଼ାଉଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଯାନବାହାନର ବନ୍ଦୋବ୍ୟସ୍ତ କରି ଅଭିନେତା ସୋନୁ ସୁଦ ଏବେ ଚର୍ଚ୍ଚାରେ। ଏହି ସହାୟତା ପାଇଁ ସାରା ବିଶ୍ୱ ଏବେ ତାଙ୍କର ପ୍ରଶଂସା କରିବାରେ ଲାଗିପଡ଼ିଛି। ସୋସିଆଲ ମିଡିଆରେ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରେ ତାଙ୍କୁ ଧନ୍ୟବାଦ ଜଣାଉଛନ୍ତି। କିଏ ଗୀତ ଗାଇ ତ ଆଉ କିଏ କବିତା ମାଧ୍ୟମରେ। ଏବେ ବାଲୁକା କଳା ଅଶୋକ ସମୂଦ୍ର କୂଳରେ ସୋନୁଙ୍କ ଚିତ୍ର ଆଙ୍କିବା ସହ ରିୟଲ୍‌ ହିରୋ ଲେଖି ଭିନ୍ନ ଶୈଳୀରେ ଧନ୍ୟବାଦ ଜଣାଇଛନ୍ତି।
ଏ ନେଇ ଅଶୋକ କୁହନ୍ତି, ସୋନୁଙ୍କ ପାଇଁ ଆମେ କିଛି ବି କଲେ ତାହା କମ୍‌ ହେବ। ମାନବିକତା ଦୃଷ୍ଟିରୁ ସେ ଆମମାନଙ୍କ ପାଇଁ ଯାହା କରିଛନ୍ତି ତା’ର ଋଣ କେବେହେଲେ ଆମେ ଶୁଝିପାରିବା ନାହିଁ। ମାତ୍ର ତାଙ୍କପ୍ରତି ସମ୍ମାନ ଦେଖାଇପାରିବା। ମୁଁ ବାଲୁକା କଳାକାର ହୋଇଥିବାରୁ ବାଲିରେ ତାଙ୍କର ଚିତ୍ରଆଙ୍କି ତାଙ୍କୁ ଧନ୍ୟବାଦ ଜଣାଇଛି ବୋଲି ଅଶୋକ କହିଛନ୍ତି।

Share