ବାଲି ଚୋରାଚାଲାଣ ୧୦ ଗାଡିରୁ ୧ଲକ୍ଷ ଟଙ୍କା ଜରିମାନା ଆଦାୟ

ଚନ୍ଦ୍ରଗିରି,୧ା୮(ଡି.ଏନ.ଏ.): ମୋହନା ବ୍ଲକ ଖସଡ଼ା ରାମନଦୀରୁ ବେଆଇନ ବାଲି ଚାଲାଣ ହେଉଛି। ମୋହନା ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କଲ୍ୟାଣୀ ସଂଘମିତ୍ରା ଦେବୀ ଗୁରୁବାର ବାଲି ଚୋରାଚାଲାଣ ବେଳେ ଚଢାଉ କରି ୫ ଟ୍ରାକ୍ଟର ଜବତ କରିଥିଲେ। ଯାଞ୍ଚବେଳେ କାଗଜପତ୍ର ନ ଥିବାରୁ ଟ୍ରାକ୍ଟରଗୁଡିକୁ ଚନ୍ଦ୍ରଗିରି ଆର୍‌ଆଇ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେହିପରି ଘାଇବାଲି ଓ ମୋହନା-ଅଡବା ମଧ୍ୟରେ ଆଉ ୫ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ। ଜବତ ଗାଡିମାଲିକ ମାନେ ଆସିବା ପରେ ଜରିମାନା ଆଦାୟ କରି ଗାଡି ଛଡା ଯାଇଥିବା ଜଣାପଡିଛି। ୧ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର କହିଛନ୍ତି। ମୋହନା ଅଡବା ଏବଂ ଘାଇବାଲି ଅଞ୍ଚଳରେ ଚଢାଉବେଳେ ଅତିରିକ୍ତ ତହସିଲଦାର ପ୍ରଭାତୀ ମହାରଣା ଉପସ୍ଥିତ ଥିଲେ।