ବାଲି ଉତ୍ତୋଳନକୁ ବିରୋଧ

ବଡ଼ସାହି,୨୦ା୧୨(ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନ ଉଠାଣୀନୂଆଗଁା ଗ୍ରାମରେ ଥିବା ଲିଜ୍‌ ବାଲିଖାଦାନରୁ ବାଲି ଉତ୍ତୋଳନ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଗ୍ରାମବାସୀ ବିରୋଧ କରିଛନ୍ତିି। ଫଳରେ ସଜବାଜ ହୋଇ ଯାଇଥିବା ପୋଲିସ ପ୍ରଶାସନ ଓ ରାଜସ୍ବ ବିଭାଗ ଅଧିକାରୀଙ୍କ ସହ ମାଜିଷ୍ଟ୍ରେଟ ନିରାଶରେ ଫେରିଆସିଥିଲେ ା ଏହାକୁ ନେଇ ଲିଜ୍‌ଧାରୀମାନେ ମାଜିଷ୍ଟ୍ରେଟଙ୍କ ଗାଡ଼ିକୁ ଅଟକ ରଖିବା ସହ ରାସ୍ତାରୋକ କରିଥିଲେ ା ଥାନାଧିକାରୀ ଜୟନ୍ତ କୁମାର ବେହେରା ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ା ପଲ୍ଲୀ ସଭା ଓ ଗ୍ରାମ ସଭା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି ା ତେବେ ଗ୍ରାମରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଛାତ୍ରୀଛାତ୍ରମାନଙ୍କୁ ଏଥିରେ ସାମିଲ କରାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି ା
ବୁଢାବଳଙ୍ଗ ନଦୀର ଉଠାଣୀନୂଆଗାଁ ଗ୍ରାମରେ ଖାଦାନରୁ ବାଲି ଉତ୍ତୋଳନ ପାଇଁ ସରକାରୀ ସୂତ୍ରରେ ୨୦୧୫-୧୬ରୁ ଲିଜ୍‌ ପ୍ରଦାନ କରାଯାଇଥିଲା ା ବର୍ଷକୁ ୨ଲକ୍ଷ ୮୦ହଜାର ଟଙ୍କାର ରାଜସ୍ବ ଦାଖଲ କରିବା ପରେ ବାଲି ଉତ୍ତୋଳନ ଚାଲୁଥିଲା ା ୨ବର୍ଷ ଧରି ଲିଜ୍‌ଧାରୀ ରାଜସ୍ବ ପୈଠ କରିବା ପରେ କିଛି ଗ୍ରାମବାସୀ ଏହାକୁ ବିରୋଧ କରି ବାଲି ଉତ୍ତୋଳନକୁ ବନ୍ଦ କରିଥିଲେ ା ଫଳରେ ଗ୍ରାମରେ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ବିବାଦ ଉପୁଜିଥିଲା ା ଏହି ବିବାଦକୁ ନେଇ ବାଲି ଖାଦାନରୁ ବାଲି ଉତ୍ତୋଳନ ସମ୍ଭବ ହୋଇପାରି ନ ଥିଲା। ଲିଜ୍‌ଧାରୀମାନେ ବାରମ୍ବାର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଭାଗ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇ ବାଲି ଉତ୍ତୋଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨ ପ୍ଲାଟୁନ ଫୋର୍ସ ସହିତ ବଡ଼ସାହି ଥାନାଧିକାରୀ, ମାଜିଷ୍ଟ୍ରେଟ ଭାବେ ବେତନଟୀ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର କର ଓ ବଡ଼ସାହି ଭାରପ୍ରାପ୍ତ ତହସିଲଦାର ପୃଥ୍ବୀରାଜ ପରିଡା ପ୍ରମୁଖ ଗୁରୁବାର ସଦଳବଳେ ଘଟଣାସ୍ଥଳକୁ ଯାଇଥିଲେ ା ବାଲିଘାଟକୁ ଯିବା ସମୟରେ ଶତାଧିକ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ବାଲି ଉତ୍ତୋଳନ କଲେ ଆମ ଉପରେ ଗାଡ଼ି ଚଢାଇ ନେବାକୁ ପଡ଼ିବ ବୋଲି ଗ୍ରାମର ରାଧାକୃଷ୍ଣ ପଣ୍ଡା, ରସାନନ୍ଦ ସାହୁ, ରାଜକିଶୋର ବେହେରା, ସୁକାନ୍ତୀ ପଣ୍ଡା ପ୍ରମୁଖ ପ୍ରକାଶ କରିଥିଲେ। ସେହିପରି ଛାତ୍ରୀଛାତ୍ରମାନେ ଏକଜୁଟ ହୋଇ ବାଲି ଉତ୍ତୋଳନକୁ ବିରୋଧ କରିବା ସହ ବାଲି ଉତ୍ତୋଳନ କଲେ ନଦୀପଠା କ୍ଷୟ ହେବା ସହ ବନ୍ୟାପାଣି ଗ୍ରାମକୁ ପ୍ରବେଶ କରିବ ବୋଲି କହିଥିଲେ ା ସ୍କୁଲ ସମ୍ମୁଖରେ ଭାରିଯାନ ଚଳପ୍ରଚଳ କଲେ କୋମଳମତି ଶିଶୁମାନେ ଦୁର୍ଘଟଣାର ଶିକାର ହେବେ ବୋଲି ମଧ୍ୟ ସେମାନେ ଅଭିଯୋଗ କରିବା ସହ ବାଲି ଉତ୍ତୋଳନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଥିଲେ ା
ଏ ସମ୍ପର୍କରେ ଭାରପ୍ରାପ୍ତ ତହସିଲଦାରଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ମତାମତକୁ ନେଇ ଜିଲା ପ୍ରଶାସନଙ୍କ ସହିତ ଆଲୋଚନା କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ବିରୋଧ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର ସାମିଲ ହେବା ସମ୍ପର୍କରେ ବିଆରସିସି ବାବଜୀ ବେହେରାଙ୍କୁ ପଚାରିବାରୁ ଛାତ୍ରୀଛାତ୍ରମାନେ ସାମିଲ ହେବା ନେଇ କୌଣସି ସୂଚନା ତାଙ୍କ ପାଖରେ ନାହିଁ ବୋଲି କହିଛନ୍ତି। ତେବେ ସ୍କୁଲକୁ ଆସିଥିବା କୌଣସି ଛାତ୍ରୀଛାତ୍ର ସେହି ସ୍ଥାନକୁ ଯାଇ ନାହାନ୍ତି ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri