ବାଲିଯାତ୍ରାରେ ହେବ ପଥ ଉତ୍ସବ : ବୋଟିଂର ମଜା ନେବେ ଲୋକେ

କଟକ ଅଫିସ, ୧୮ା୧୦: ଚଳିତବର୍ଷ କଟକ ବାଲିଯାତ୍ରାକୁ ଭିନ୍ନ ଢଙ୍ଗରେ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏଠାରେ ଲୋକଙ୍କୁ ଯେଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେ ନେଇ ଗୁରୁବାର ବାଲିଯାତ୍ରା ପଡ଼ିଆ ବୁଲି ତଦାରଖ କରିଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟନୀ ଏବଂ କଟକ ମହାନଗର ନିଗମ (ସିଏମ୍‌ସି) କମିଶନର ଅନନ୍ୟା ଦାସ। ବାଲିଯାତ୍ରାରେ ପ୍ରଥମଥର ପାଇଁ ପଥ ଉତ୍ସବ କରାଯିବା ନିମନ୍ତେ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଛି।
ଚଳିତବର୍ଷ ବାଲିଯାତ୍ରାରେ ସକାଳ ପ୍ରାୟ ସାଢେ ୬ରୁ ୯ଟା ପର୍ଯ୍ୟନ୍ତ ପଥ ଉତ୍ସବ ପାଳନ ହେବ। କଳାକାରମାନେ ନିଜ କଳା ଦେଖାଇବା ସହ ସାଇକେଲିଂ ଓ ସ୍କେଟିଂର ମଜା ନେଇପାରିବେ କଟକବାସୀ। ବାଲିଯାତ୍ରାରେ ଜିଲା ପ୍ରଶାସନ ସମେତ କଟକ ମହାନଗର ନିଗମର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବାଲିଯାତ୍ରାରେ ବିଭିନ୍ନ ଜିଲାର ଲୋକଙ୍କ ସମାଗମ ହୋଇଥାଏ। ସେମାନଙ୍କ ସୁବିଧା ପାଇଁ ଟଏଲେଟ, ପାର୍କିଂ, ପିଇବାପାଣି, ରାସ୍ତା ନିର୍ମାଣ, ସଫେଇ, ଖାଦ୍ୟର ମାନ ଯାଞ୍ଚ କରିବା ଆଦି ଦାୟିତ୍ୱ ସିଏମ୍‌ସି ଉପରେ ନ୍ୟସ୍ତ କରାଯାଇଛି। ବାଲିଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ ପାଇଁ ୪ଟି ଟିମ୍‌ ଗଠନ କରାଯିବ। ଚଳିତବର୍ଷ ଦୁଇଟି ପୋଖରୀ ନିର୍ମାଣ କରାଯାଇ କଟକବାସୀଙ୍କ ପାଇଁ ବୋଟିଂର ବ୍ୟବସ୍ଥା କରାଯିବ। ଏ ନେଇ ଜିଲାପାଳ କହିଛନ୍ତି, ସ୍ଥାନୀୟ କଳାକାର ଓ ବାଲିଯାତ୍ରାରେ ରୁଚି ରଖୁଥିବା ସଙ୍ଗଠନକୁ ବାଲିଯାତ୍ରାରେ ସାମିଲ କରାଯିବ। ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ବିଶେଷକରି ଲୋକଙ୍କ ପାଇଁ ପାର୍କିଂ, ପାନୀୟଜଳ, ଟଏଲେଟ ବ୍ୟବସ୍ଥା କରାଯାଉଛି। ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନଗୁଡିକୁ ନେଇ ସମସ୍ତ କାର୍ଯ୍ୟ କରାଯିବ। ପଥ ଉତ୍ସବ ମାଧ୍ୟମରେ ଲୋକେ ବିଭିନ୍ନ କ୍ରୀଡ଼ା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ। ଫୁଡ ଇନ୍ସପେକ୍ଟର ଭବାନୀ ଲେଙ୍କା କହିଛନ୍ତି, ପଡ଼ିଆ ବଢିଛି। ସେହି ଅନୁପାତରେ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢିବ। ଡାଇରେକ୍ଟର ଅଫ ହେଲ୍‌ଥ ଆଣ୍ଡ ଫୁଡ ସେଫ୍‌ଟି କମିଶନରଙ୍କ ଅନୁମତିରେ ୪ ଜଣ ଫୁଡ୍‌ ସେଫ୍ଟି ଅଫି’ସରଙ୍କୁ ଡେପୁଟେଶନରେ ଅଣାଯିବ। ଖାଦ୍ୟର ମାନ ଯାଞ୍ଚ କରାଯିବା ସହ ବାସୀ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ୧୦୦ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏହି ଗସ୍ତ ସମୟରେ ସିଏମ୍‌ସି କର୍ମଚାରୀଙ୍କ ସମେତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri