ବାଲିଯାତ୍ରାରେ ମୋ’ କଟକ ପାଭିଲିୟନ

କଟକ ଅଫିସ, ୧୪ା୧୧: ଚଳିତବର୍ଷ ବାଲିଯାତ୍ରାରେ ନିଆଯାଇଥିବା ନୂତନ ପଦକ୍ଷେପ ମଧ୍ୟରେ ମୋ’ କଟକ ପାଭିଲିୟନ ନୂତନ ଅଧ୍ୟାୟ ଯୋଡ଼ିଛି। ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପାଭିଲିୟନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଶେଷଜ୍ଞଙ୍କ ସହିତ ଆଲୋଚନା, ପର୍ଯ୍ୟାଲୋଚନା କରାଯିବା ସହ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବାଲିଯାତ୍ରାକୁ ଜିଜ୍ଞାସା ମନୋବୃତ୍ତି ନେଇ ଆସୁଥିବା ଦର୍ଶକମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅବଗତ କରାଯିବା ନିମନ୍ତେ ପ୍ରଶାସନ ପକ୍ଷରୁ ଏହି ଭିନ୍ନ ପ୍ରୟାସ କରାଯାଇଛି। ବୁଧବାର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ଏହି ପାଭିଲିୟନରେ ଓଡ଼ିଶା ଇଣ୍ଡୋନେସିଆ ରିଲେଶନ ମ୍ୟାରିଟାଇ ଟ୍ରେଡ ଆଣ୍ଡ ରିଲେଶନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଏଥିରେ ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସଂସ୍କୃତି ବିଭାଗ ଗବେଷକ ପ୍ରଫେସର ସୁବାସ ଚନ୍ଦ୍ର ଦାଶ ଯୋଗଦେଇ ଇଣ୍ଡୋନେସିଆ ଏବଂ ଓଡ଼ିଶାର କେବଳ ବାଣିଜି୍ୟକ ସମ୍ପର୍କ ନୁହେଁ କଳା, ସାହିତ୍ୟ ଓ ସଂସ୍କୃତିରେ ମଧ୍ୟ ସମନ୍ବୟ ସୃଷ୍ଟି ହୋଇପାରିଥିଲା ବୋଲି କହିଥିଲେ। ପୂର୍ବରୁ ଏହି ଅଞ୍ଚଳର ନାମ ଓଡ଼ିଶା କିମ୍ବା ଉତ୍କଳ ନ ଥିଲା ବରଂ କଳିଙ୍ଗ ନାମରେ ପ୍ରତିଷ୍ଠିତ ଥିଲା। କଳିଙ୍ଗର ବଣିକମାନେ ଇଣ୍ଡୋନେସିଆର ବାଲି, ଜାଭା, ସୁମାତ୍ରା ଆଦି ଅଞ୍ଚଳରେ ଏଠାକାର ସାମଗ୍ରୀକୁ ସେଠାରେ ଓ ସେଠାକାର ସାମଗ୍ରୀକୁ ଏଠାରେ ଆଣି ବ୍ୟବସାୟ କରୁଥିଲେ। ଆଜି ବି କଟକ ଭଳି ବାଲିରେ ଫିଲିଗ୍ରୀ (ତାରକସି) କଳାର ଚାହିଦା ରହିଛି। ସେଠାରେ ଚାନ୍ଦି ତାରକସି କାମ ଓଡ଼ିଶା ଓ ଇଣ୍ଡେନେସିଆର ସମନ୍ବୟ ଯୋଗୁ ସମ୍ଭବ ହୋଇପାରିଛି। ଏଥିସହିତ ଓଡ଼ିଶାର ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଭଳି ଇଣ୍ଡୋନେସିଆରେ ମଧ୍ୟ ଗଟୁନୃତ୍ୟ ଦେଖିବାକୁ ମିଳେ। ଯେଉଁ ନୃତ୍ୟରେ ବ୍ୟବହୃତ ପୋଷାକ, ଅଳଙ୍କାର ଏପରି କି ନୃତ୍ୟମୁଦ୍ରା ମଧ୍ୟ ଏକାଭଳି। କେବଳ ସେତିକି ନୁହେଁ ଓଡ଼ିଆଙ୍କ ଖାଦ୍ୟ ପଖାଳ ମଧ୍ୟ ସେଠାରେ ପ୍ରଚଳିତ ରହିଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri