ବାଲିଯାତ୍ରାକୁ ଜାତୀୟ ଐତିହ୍ୟ ମାନ୍ୟତା ଦାବି

କଟକ ଅଫିସ, ୨୪।୧୦: ପ୍ରଥମ ରାଜଧାନୀ ତଥା ହଜାରେ ବର୍ଷର ସହର କଟକ ଏବଂ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏକ ସର୍ବପୁରାତନ ଅଂଶ ଐତିହାସିକ ବାଲିଯାତ୍ରା। ତେଣୁ କଟକ ବାଲିଯାତ୍ରାକୁ ଜାତୀୟ ଐତିହ୍ୟ ଓ ସରକାରୀ ମାନ୍ୟତା ଦାବି କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏ ନେଇ ବରିଷ୍ଠ ନେତା ସମୀର ଦେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବୁଧବାର କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ ହୋଇଛି ଯେ, ପ୍ରତ୍ୟେକ କଟିକିଆ ବାଲିଯାତ୍ରାକୁ ନେଇ ଗର୍ବ କରେ। ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ଏହି ଯାତ୍ରା ଅସ୍ତିତ୍ୱ ହରାଇବାକୁ ବସିଲାଣି। ବାଲିଯାତ୍ରାର ଐତିହ୍ୟକୁ ପୁନଃସ୍ଥାପିତ କରିବା ତଥା ଏହାକୁ ଜାତୀୟ ପର୍ବର ମାନ୍ୟତା ଦେବାକୁ ନିବେଦନ କରାଯାଇଛି।