ବାଲିମେଳା ଡ୍ୟାମ୍‌ର ୨ଟି ଗେଟ୍‌ ଖୋଲିଲା

କୋରୁକୋଣ୍ଡା, ୧୯।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଜଳ ଭଣ୍ଡାରର ୨ଟି ଗେଟ୍‌ ସୋମବାର ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି । ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଜଳ ନିଷ୍କାସନ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଜଳଭଣ୍ଡାରରେ ସର୍ବାଧିକ ୧୫୧୮ଫୁଟ ଜଳ ରହିବାର କ୍ଷମତା ରହିଛି। ବର୍ତ୍ତମାନ ଏହାର ଜଳସ୍ତର ୧୪୯୩ ଫୁଟ ରହିଛି।