ମାଲକାନଗିରି,୧୨ା୬ (ଡି.ଏନ.ଏ./ସ୍ବ.ପ୍ର.)-ମାଲକାନଗିରି ଜିଲା ବାଲିମେଳାରେ ଜଳ ବିଦ୍ୟୁତ ପ୍ରକଳ୍ପ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେଲା କାର୍ଯ୍ୟ କରୁଛି। ଏଠାରୁ ବିଦ୍ୟୁତ୍ ଉପତ୍ାଦନ ହୋଇ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଯୋଗାଣ ହେଉଛି। ମାତ୍ର ଏହି ଜଳବିଦ୍ୟୁତ୍ ପ୍ରକଳ୍ପର ଅନେକ ଯନ୍ତ୍ରାଂଶ ଏବଂ ଅନ୍ୟାନ୍ୟ ଉପକରଣ ପୁରୁଣା ହୋଇ ଯାଇଥିବାରୁ ଏହାର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଏକ ଘରୋଇ ସଂସ୍ଥା ଭେଲ୍କୁ ଟେଣ୍ଡର କରି ଦାୟିତ୍ୱ ଦେଇଛନ୍ତି। ଏହି ସଂସ୍ଥା କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଥିବାରୁ ବିଦ୍ୟୁତ୍ ପ୍ରକଳ୍ପ ପ୍ରତି ବିପଦ ସୃଷ୍ଟି ହେବା ସହ ରାଜସ୍ବହାନି ହେବା ସମ୍ଭାବନା ରହିଛି ବୋଲି ବାଲିମେଳା ପାଓ୍ବାର ପ୍ରୋଜେକ୍ଟ ଏମ୍ପ୍ଲୋଇଜ୍ ୟୁନିୟନ ଅଭିଯୋଗ କରିଛି। ୟୁନିୟନ ସଭାପତି ଦେବେନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟମାନେ ଏହି ମର୍ମରେ ଏକ ଦାବିପତ୍ର ମୁଖ୍ୟ ସାଧାରଣ ପରିଚାଳକଙ୍କୁ ଦେଇଛନ୍ତି। ସଂଘ ଉଲ୍ଲେଖ କରିଛି ଯେ, ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର ପୁନରୁଦ୍ଧାର ଓ ଆଧୁନିକୀକରଣ କାର୍ଯ୍ୟ ହେଲ୍ ସଂସ୍ଥାକୁ ୨୦୧୬ ସେପ୍ଟେମ୍ବରରେ ପ୍ରଦାନ କରାଯାଇଛି। ସେହି ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ଜଳବିଦ୍ୟୁତ୍ ପ୍ରକଳ୍ପର ୬ଟି ଉଚ୍ଚ କ୍ଷମତାସମ୍ପନ୍ନ ଜେନେରେଟରକୁ ଆଧୁନିକୀକରଣ କରିବ ା ଚୁକ୍ତି ଅନୁଯାୟୀ ସଂସ୍ଥା ୫୪ ମାସରେ ଶେଷ କରିବା କଥା ା ମାତ୍ର ପୂର୍ବାଞ୍ଚଳ ଇଞ୍ଜିନିୟର୍ସ ନାମକ ଏକ ଠିକା ସଂସ୍ଥା ୨ଟି ଜେନେରେଟର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି। ଏଥିପାଇଁ ଠିକାସଂସ୍ଥା ୧୮ ମାସ ସମୟ ନେଇଛି। ଏହି ଠିକା ସଂସ୍ଥା ମନ୍ଥର ଗତିରେ କାର୍ଯ୍ୟ କରୁଥିବାରୁ ଜଳବିଦ୍ୟୁତ୍ ପ୍ରକଳ୍ପର ଜେନେରେଟର ଆଧୁନିକୀକରଣ କାର୍ଯ୍ୟରେ ବିଳମ୍ବ ହେଉଛି। ଏଥିପାଇଁ ଜଳ ବିଦ୍ୟୁତ୍ ନିଗମ (ଓଏଚପିସି)କୁ କ୍ଷତି ସହିବାକୁ ପଡୁଛି। ବିଦ୍ୟୁତ୍ ନିୟାମକ ଆୟୋଗ ଇତିମଧ୍ୟରେ ଓଏଚପିସିକୁ ଅର୍ଥ ଦଣ୍ଡ ଦେଇଛନ୍ତି। ଏହା ଓଏଚପିସିର ରାଜସ୍ବ କ୍ଷତିକୁ ଆହୁରି ବଢାଇ ଦେଇଛି। ଜଳବିଦ୍ୟୁତ୍ କେନ୍ଦ୍ରର ଆଧୁନିକୀକରଣ କାର୍ଯ୍ୟର ତଦାରଖ ଓ ତତସମ୍ବନ୍ଧୀୟ ପରାମର୍ଶ ପାଇଁ ଓ୍ବାପକସ୍ କମ୍ପାନୀ ଦାୟିତ୍ୱ ନେଇଛି । ଏହି କମ୍ପାନୀ ୩ଜଣ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ନିୟୋଜିତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ବାଲିମେଳା ପାଓ୍ବାର ହାଉସ୍ ଏମ୍ପ୍ଲୋଇଜ୍୍ ଆସୋସିଏଶନ କ୍ଷତିକୁ ଗୁରୁତର ସହ ନେଇଛି। ଜଳବିଦ୍ୟୁତ ନିଗମର ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଉତ୍ପାଦନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହିତ ରାଜସ୍ବ କ୍ଷତି ଆଗାମୀ ଦିନରେ ବଢି ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ୟୁନିୟନ ପ୍ରକାଶ କରିଛି। ଜଳବିଦ୍ୟୁତ୍ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡକୁ ଗତି କରିବା ସହିତ ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପଡିବ ା ଏହି ସମସ୍ୟାଗୁଡିକୁ ବିଚାରକୁ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ମୁଖ୍ୟ ସାଧାରଣ ପରିଚାଳକଙ୍କ ନିକଟରେ ଦାବି କରିଛି। ଏ ସମ୍ପର୍କରେ ଜଳବିଦ୍ୟୁତ୍ ପ୍ରକଳ୍ପର ଡିଜିଏମ୍ ଏସ୍.ଏସ୍.ପି. ରାଓ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପର ୬ଟି ଜେନେରେଟର ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ସମ୍ପୃକ୍ତ ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ କା ର୍ଯ୍ୟ କରିବା ପାଇଁ ଆଦେଶ ଦେଇଛନ୍ତି। ସମ୍ପୃକ୍ତ ସଂସ୍ଥା ଏହି ଜେନେରେଟର ଓ ଅନ୍ୟାନ୍ୟ ଯନ୍ତ୍ରାଂଶଗୁଡିକ ରାଜ୍ୟ ବାହାରୁ ଆଣୁଛନ୍ତି। ଏହାଦ୍ୱାରା କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହେଉଛି। ତେବେ ଏହି କାର୍ଯ୍ୟ ଠିକ୍ ରୂପେ ଚାଲିଛି। କୌଣସି ଅସୁବିଧା ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ନାହିଁ। ରାଜ୍ୟ ସରକାରଙ୍କୁ ବାର୍ଷିକ ୧୦୦ କୋଟି ଟଙ୍କା ଦେବାକୁ ଥିବା ବେଳେ ପ୍ରକଳ୍ପ ବାର୍ଷିକ ୧୨୪ କୋଟି ଟଙ୍କାର ରାଜସ୍ବ ଦେଉଛି। କର୍ମଚାରୀ ସଂଘ ଯେଉଁ ଅଭିଯୋଗ କରିଛନ୍ତି ସେ ନେଇ ରାଜ୍ୟ ସ୍ତରରେ ଆଲୋଚନା କରାଯାଉଛି ବୋଲି ରାଓ ପ୍ରକାଶ କରିଛନ୍ତି।
ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…
ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...
ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…
ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I ମୃତ ବୃଦ୍ଧା...
ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଚକା ତଳେ ଗଲା ଜୀବନ
ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...
ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ
ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...
ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…
ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...
ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…
ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...
ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ
ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...
ବସ୍-ବାଇକ୍ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ
ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...
Archives


