ବାଲିମେଳାରେ ଆତଙ୍କ ସୃଷ୍ଟି କରୁଥିଲା ଭାଲୁ, କାବୁ କଲା ବନବିଭାଗ

କୋରୁକୋଣ୍ଡା, ୧୧।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଗତ କିଛି ଦିନ ହେବ ଭାଲୁ ଆତଙ୍କ ସୃଷ୍ଟି କରୁଥିଲା। ଚିତ୍ରକୋଣ୍ଡା ଛକ ନିକଟବର୍ତ୍ତୀ ଅଞ୍ଚଳରେ ସନ୍ଧ୍ୟା ହେଲେ ଭାଲୁ ଆସି ବୁଲିବା ସହ ସେଠାରେ ଥିବା ଦୋକାନଗୁଡିକୁ ଭଙ୍ଗାରୁଜା କରୁଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗ ରଣ କୌଶଳ ପ୍ରୟୋଗକରି ମାଲକାନଗିରିରୁ ଯନ୍ତା ଆଣି ଭାଲୁଟିକୁ କାବୁ କରିବାରେ ସଫଳ ହୋଇଛି। ଭାଲୁକୁ ଉଦ୍ଧାର କରାଯିବା ପରେ ବନ ବିଭାଗ ତାକୁ ଜଙ୍ଗଲ ମଧ୍ୟରେ ଛାଡ଼ିଦେଇଥିବା ଜଣାପଡ଼ିଛି।