Categories: କନ୍ଧମାଳ

ବାଲିଗୁଡ଼ା ପୋଲିସର ଅବକାରୀ ଧରପଗଡ଼:  ୫ ମଦବେପାରୀ, ୪ ନିଶାସକ୍ତ ଚାଳକ ଗିରଫ

ବାଲିଗୁଡା,୫ା୧୨(ଡି.ଏନ୍‌.ଏ.)-ବାଲିଗୁଡା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ମହୁଲି ମଦ କାରବାର କରୁଥିବା ୫ ଜଣକୁ ଗିରଫ କରିବା ସହ ୪ ନିଶାସକ୍ତ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ମଦ ବେପାରୀମାନେ ହେଲେ ଗାଞ୍ଜିଆ ବେହେରା, ଦେବାନନ୍ଦ ବେହେରା, ଉମେଶ ଚନ୍ଦ୍ର ପାତ୍ର, ହୃଷିକେଶ ବେହେରା ଓ ଦେବାନନ୍ଦ ବେହେରା। ଏମାନଙ୍କୁ ଗିରଫ ପରେ ନଂ.୧୭୬,୧୭୭,୧୭୮,୧୭୯ ଓ ୧୮୦/୧୯ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି। ସେହିପରି ମଙ୍ଗଳବାର ରାତିରେ ଏକ ଛକରେ ପୋଲିସ ତରଫରୁ ଗାଡି ଚେକିଂ ସମୟରେ ୪ଜଣ ନିଶାସକ୍ତ ଗାଡି ଚାଳକଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ କାମଦେବ ଦିଗାଳ, ପ୍ରଦୀପ ମାଝୀ, ଦଶରଥ ପାତ୍ର ଓ ହେମନ୍ତ ନାୟକ। ଏମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି।