ବାଲିଗୁଡ଼ା ଏନ୍‌ଏସି: ହୋଇପାରିଲାନି ଅନାସ୍ଥା, କାଏମ ରହିଲା ୨ ପଦବୀ

ବାଲିଗୁଡ଼ା,୧୬।୧୧(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସିର ଅଧ୍ୟକ୍ଷା ମମତା ବେହେରା ଓ ଉପାଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ବିରୋଧରେ ବିଜେଡିର ୭ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ଶନିବାର ବାଲିଗୁଡା ଏନ୍‌ଏସି ପରିସରରେ ପୂବାହ୍ନ ୧୦ଟାରେ ଅଧ୍ୟକ୍ଷା ନିର୍ବାଚନ ପାଇଁ ଉପଜିଲାପାଳ ରାଜେନ୍ଦ୍ର ରଣଜିତ ଓ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ ସମସ୍ତ ନିର୍ବାଚନ ପ୍ରକ୍ରିୟାକୁ ପ୍ରସ୍ତୁତ କରିଥିଲେ ଏବଂ ୧୨ କାଉନସିଲର ଏନ୍‌ଏସି କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ଅଧ୍ୟକ୍ଷା ମମତା ବେହେରା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଉଚ୍ଚତମ ନ୍ୟୟାଳୟ ରହିତାଦେଶ ନିର୍ଦ୍ଦେଶ ଦେଇଛନ୍ତି ା ଉଚ୍ଚ ନ୍ୟାୟାଳୟଙ୍କ ରହିତା ଦେଶକୁ ଅଧ୍ୟକ୍ଷା ମମତା ବେହେରା ଜିଲାପାଳଙ୍କୁ ଓ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ ା ଏହାକୁ ଆଧାର କରି ଉପଜିଲାପାଳ ଅଧ୍ୟକ୍ଷା ମମତାଙ୍କ ପଦବୀକୁ କାଏମ ରଖିଛନ୍ତି। ତେଣୁ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ହୋଇପାରିଲା ନାହିଁ। ସେହିପରି ଅପରାହ୍ନରେ ଉପାଧ୍ୟକ୍ଷ ଲୋକନାଥ ପାଢୀଙ୍କ ବିରୋଧରେ ଥିଲା ଅନାସ୍ଥା କିନ୍ତୁ ଉପାଧ୍ୟକ୍ଷଙ୍କ ଛଡ଼ା କୌଣସି କାଉନ୍‌ସିଲର ଅନାସ୍ଥା ଭୋଟ ପାଇଁ ଯାଇ ନ ଥିଲେ। କିଛି ସମୟ କାଉନ୍‌ସିଲରମାନଙ୍କୁ ଅପେକ୍ଷା କରିଥିଲେ ନିର୍ବାଚନ ଦାୟିତ୍ୱରେ ଥିବା ଉପଜିଲାପାଳ ଓ ଅନ୍ୟ ଅଧିକାରୀମାନେ ା ପରେ ଉପାଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ପଦ କାଏମ ରହିଲା ବୋଲି ଘୋଷଣା କରିଥିଲେ ଉପଜିଲାପାଳ। ଦୀର୍ଘଦିନ ଧରି ବିଜେଡିର ୭ କାଉନସିଲର ଉଭୟ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ବିରୋଧରେ ଆଣିଥିବା ଅନାସ୍ଥା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତେଣୁ ଆଗାମୀ ଦିନରେ ଏନ୍‌ଏସିର କାର୍ଯ୍ୟପନ୍ଥା କ’ଣ ହେବ ତାହା ଦେଖିବାକୁ ବାକିରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri