‘ବାଲାକୋଟ-ଦି ଟ୍ରୁ ଷ୍ଟୋରି’ରେ ବିବେକ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ପରେ ଅଭିନେତା ବିବେକ ଓବେରୟ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଅଭିନୟ କରିବେ। ବାଲାକୋଟର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଆକାଶମାର୍ଗରୁ ଆକ୍ରମଣ ଭଳି ଏକ ସତ୍ୟକାହାଣୀ ଆଧାରିତ ଫିଲ୍ମ ନିର୍ମାଣ ପାଇଁ ବିବେକ ପ୍ରସ୍ତୁତ ଥିବା କହିଛନ୍ତି।
‘ବାଲାକୋଟ-ଦି ଟ୍ରୁ ଷ୍ଟୋରି’ ଶୀର୍ଷକ ଏହି ଫିଲ୍ମ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ନିର୍ମାଣ ହେବାକୁ ଯାଉଛି। ଏହି ତ୍ରିଭାଷୀ ଫିଲ୍ମରେ ଭାରତୀୟ ବାୟୁସେନାର ବାସ୍ତବ ତଥ୍ୟ, ସାହସିକତା, ବଳିଷ୍ଠ ରାଜନୈତିକ ଇଚ୍ଛାଶକ୍ତି ସମେତ ରଣକୌଶଳ ଯୋଜନା ଆଦି ପ୍ରଦର୍ଶିତ ହେବ ବୋଲି ଫିଲ୍ମ ନିର୍ମାତା ଏକ ବିବୃତିରେ ପ୍ରକାଶ କରିଛନ୍ତି। ଏଥିରେ ମଧ୍ୟ ବୀର ଯବାନ ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଅପୂର୍ବ ସାହସିକତାର କାହାଣୀ ସ୍ଥାନ ପାଇବ। ବର୍ଥମାନ ଉଡାଉଥିବା ବାୟୁସେନା ବିମାନକୁ ପାକିସ୍ତାନୀ ସେନା ଆକ୍ରମଣ କରି ତଳକୁ ଖସାଇଦେବା ପରେ ସେ ଆକାଶଛତା ଯୋଗେ ପାକିସ୍ତାନ ମାଟିରେ ଓହ୍ଲାଇଥିଲେ। ଶତ୍ରୁସେନା ତାଙ୍କୁ ଧରିନେଇ ୩ଦିନ ନିଜ କବ୍‌ଜାରେ ରଖିଥିଲେ। ସେହି ସମୟରେ ତାଙ୍କ ପ୍ରତି କିପରି ବ୍ୟବହାର ପ୍ରଦର୍ଶନ କରାଯାଇଥିଲା ତାହା ମଧ୍ୟ ଉକ୍ତ କାହାଣୀରେ ସ୍ଥାନ ପାଇବ। ଏ ସମ୍ପର୍କରେ ଓବେରୟ କହନ୍ତି, ‘ଅଭିନନ୍ଦନଙ୍କ ସଫଳତାରେ ପ୍ରତ୍ୟେକ ଭାରତୀୟ ଗର୍ବିତ। ଆମ ସଶସ୍ତ୍ର ସେନା ବାସ୍ତବରେ କେତେ ଦକ୍ଷ ତାହାକୁ ପ୍ରଚାର ପ୍ରସାର କରିବା ଜଣେ ଭାରତୀୟ, ଦେଶପ୍ରେମୀ ଏବଂ ଫିଲ୍ମ ଭ୍ରାତୃତ୍ୱ ସଦସ୍ୟ ଭାବେ ଏହା ମୋର କର୍ତ୍ତବ୍ୟ।’
ଏହି ଫିଲ୍ମ ନିର୍ମାଣ ପାଇଁ ବାସ୍ତବ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ସହାୟତା ନିଆଯିବ ବୋଲି ନିର୍ମାତା ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଫେବୃୟାରୀରେ ପୁଲଓ୍ବାମାଠାରେ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ନିହତ ହେବା ପରେ ଭାରତୀୟ ବାୟୁସେନା ଏହାର କଡା ଜବାବ ଦେବାକୁ ଯାଇ ବାଲାକୋଟସ୍ଥିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା। ବାଲାକୋଟ ଉପରେ ଆକାଶମାର୍ଗରୁ ଆକ୍ରମଣ ଭାରତୀୟ ବାୟୁସେନାର ଅନ୍ୟତମ ଯୋଜନାବଦ୍ଧ ବିଷୟ ଥିଲା ବୋଲି ଓବେରୟ ପ୍ରକାଶ କରିଛନ୍ତି। ଉକ୍ତ ଫିଲ୍ମର ଶୁଟିଂ ଜମ୍ମୁ-କଶ୍ମୀର, ଦିଲ୍ଲୀ ଓ ଆଗ୍ରାରେ ହେବ। ଚଳିତ ବର୍ଷ ଶେଷସୁଦ୍ଧା ଏହା ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବା ସମ୍ଭାବନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣରେ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri