Categories: ଜାତୀୟ

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ୟୁନିଟ୍‌ ସମ୍ମାନୀତ

ନୂଆଦିଲ୍ଲୀ,୮।୧୦: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୟୁନିଟ୍‌କୁ ମଙ୍ଗଳବାର ବାୟୁସେନା ଦିବସ ଅବସରରେ ସମ୍ମାନୀତ କରାଯାଇଛି। ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ୫୧-ସ୍କ୍ବାଡ୍ରନ୍‌କୁ ବାୟୁସେନା ସମ୍ମାନୀତ କରିଛି। କମାଣ୍ଡିଙ୍ଗ୍‌ ଅଫିସର ଗ୍ରୁପ୍‌ କ୍ୟାପଟେନ୍‌ ସତୀଶ୍‌ ପଓ୍ବାର ଏହି ସମ୍ମାନ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଆର୍‌.କେ.ଏସ୍‌. ଭଦୌରିୟାଙ୍କଠାରୁ ଗ୍ରହଣ କରିଛନ୍ତି। ସେହିପରି ସ୍କ୍ବାଡ୍ରନ୍‌ ଲିଡର ଗ୍ରୁପ୍‌ କ୍ୟାପଟେନ୍‌ ମିଣ୍ଟୀ ଅଗ୍ରଓ୍ବାଲଙ୍କ ୬୦୧ ସିଗନାଲ୍‌ ୟୁନିଟ୍‌କୁ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ କରାଯାଇଛି।

Share