Categories: ଜାତୀୟ

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ବର୍ଷେ: ଜୈଶ୍‌ ଆତଙ୍କବାଦୀ ଶିବିରରେ ୧୦୦୦ କିଗ୍ରା ବୋମା ମାଡ଼ କରିଥିଲା ଭାରତୀୟ ବାୟୁସେନା

ଶ୍ରୀନଗର,୨୬।୨: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ବର୍ଷେ ପୂରିଛି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ୨୦୧୯ ଫେବୃୟାରୀ ୨୬ ଭୋର୍‌ ୩ଟା ୩୦ରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ବାଲାକୋଟରେ ଥିବା ଜୈଶ୍‌ ଆତଙ୍କବାଦୀ ଶିବିରରେ ୧୦୦୦ କିଗ୍ରା ବୋମା ମାଡ଼ କରିଥିଲା। ଏପରି କରି ଭାରତ ପୁଲଓ୍ବାମା ଆକ୍ରମଣର ପ୍ରତିଶୋଧ ନେଇଥିଲା। ଭାରତୀୟ ବାୟୁସେନାର ୧୨ ମିରାଜ୍‌-୨୦୦୦ ଯୁଦ୍ଧବିମାନ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ଶିବିରରେ ବୋମା ମାଡ଼ କରଥିଲା। ଏଥିରେ ବାଲାକୋଟ, ମୁଜଫରାବାଦ୍‌ ଏବଂ ଚକୋଟି ଜୈଶ୍‌ ଶିବିରର ଲଞ୍ଚ ପ୍ୟାଡ୍‌ ଧ୍ୱଂସ ହୋଇଯାଇଥିଲା। ଜୈଶ୍‌ର କଣ୍ଟ୍ରୋଲ ରୁମ୍‌ ଆଲଫା-୩ ଏହି ବୋମା ମାଡ଼ରେ ନଷ୍ଟ ହୋଇଯାଇଥିଲା।
ଭାରତୀୟ ବାୟୁସେନା ପକ୍ଷରୁ ୨୧ ମିନିଟ ଧରି ବୋମାମାଡ଼ କରାଯାଇଥିଲା। ବାୟୁସେନାର ଏଭଳି କାର୍ଯ୍ୟକୁ ଦେଶବ୍ୟାପି ସମସ୍ତ ରାଜନେତା ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ୨୦୧୯ ଫେବୃୟାରୀ ୧୪ରେ ପୁଲଓ୍ବାମାରେ ଜୈଶ୍‌ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ।

Share