Categories: ଖେଳ

ବାଲାଂଦେଶ ବିପକ୍ଷରେ ଶତକ ମାରି ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ବର୍ମିଂହାମ, ୧।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପରେ ପୁଣି ଥରେ ଶତକ ଅର୍ଜନ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ବାଲାଂଦେଶ ବିପକ୍ଷରେ ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଉଥିବା ମ୍ୟାଚରେ ସେ ମାତ୍ର ୯୦ଟି ବଲରୁ ଶତକ ପୂରଣ କରିଛନ୍ତି। ବିଶ୍ୱକପରେ ରୋହିତ ତାଙ୍କର ଚତୁର୍ଥ ଓ କ୍ୟାରିୟରର ୨୬ତମ ଦିନିକିଆ ଶତକ ହାସଲ କରି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ଗାଙ୍ଗୁଲି ୨୦୦୩ ବିଶ୍ୱକପରେ ୩ଟି ଶତକ ଅର୍ଜନ କରି ରେକର୍ଡ କରିଥିଲେ। ଏହାପୂର୍ବରୁ ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୨୨, ପାକିସ୍ତାନ ବିପକ୍ଷରେ ୧୪୦ ଏବଂ ଇଂଲଣ୍ଡ ବିପକ୍ଷରେ ୧୦୨ରନର ପାଳି ଖେଳିଥିଲେ। ଏହାସହ ଦିନିକିଆରେ ସର୍ବାଧିକ ଛକା ମାରିବାରେ ମଧ୍ୟ ରୋହିତ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇଦେଇଛନ୍ତି। ପୂର୍ବରୁ ଧୋନୀଙ୍କ ନାଁରେ ୨୨୮ଟି ଛକା ଥିଲା।

Share