ବାର୍‌ହା ଫାଶରେ ପଡି ହାତୀର ଜୀବନ ଗଲା

ବରଗଡ଼ ଅଫିସ/ଅମ୍ବାଭୋନା,୧୦।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗଙ୍ଗେଇ ଗ୍ରାମର ଜଣେ ଚାଷୀଙ୍କ ବିଲରେ ଏକ ଦନ୍ତାହାତୀର ମୃତଦେହ ପଡିଥିବା ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବିଦ୍ୟୁତ ତାର ସଂଯୋଗ ହୋଇଥିବା ଫାଶ ବିଛାଇ ହୋଇ ପଡି ଥିବା ବେଳେ ବାର୍‌ହା ଶିକାର ପାଇଁ ବସାଯାଇଥିବା ଫାଶରେ ପଡି ହାତୀର ମୃତ୍ୟୁ ଘଟିଥିବା ପାରିପାଶର୍‌ବିକ ସ୍ଥିତିରୁ ଅନୁମାନ କରାଯାଉଛି। ଖବରପାଇ ଫରେଷ୍ଟର ସୁଶିଳ ମାଝୀ, ଥାନା ଅଧିକାରୀ ଆଲୋକ ବେହେରା ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚିଛନ୍ତି।