ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ମହାକାଳପଡ଼ା,୧୮।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବନାଞ୍ଚଳ ଅଧୀନ ସ୍ଥାନୀୟ ଜମ୍ବୁ ଗ୍ରାମର ଧନଞ୍ଜୟ ଗାଇନ(୩୫)ଙ୍କୁ ଏକ ଜଙ୍ଗଲୀ ବାର୍‌ହା ଆକ୍ରମଣ କରିଛି। ଫଳରେ ତାଙ୍କର ଡାହାଣ ହାତର ଆଙ୍ଗୁଠି କଟି ଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଧନଞ୍ଜୟ ବାଡ଼ିପଟେ ଶୌଚ ହେବାକୁ ଯାଇ ବାର୍‌ହା ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଜମ୍ବୁ ବନ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲେ। ପରିବାର ଲୋକେ ଧନଞ୍ଜୟଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲୀ ଜୀବଜନ୍ତୁ ଗାଁ ମୁହଁା ହେଉଥିବା ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ଏସିଏଫ୍‌ ବିଜୟ କୁମାର ପରିଭବଙ୍କୁ ପଚାରିବାରୁ ବାର୍‌ହା ଆକ୍ରମଣକୁ ସ୍ବୀକାର କରିଥିବା ବେଳେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିବା କହିଛନ୍ତି।