ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ମହାକାଳପଡ଼ା,୧୧।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଧୀନ ଦେଉଳପଡ଼ା ପଞ୍ଚାୟତର ସ୍ଥାନୀୟ ଓରତ ଗ୍ରାମର ଜଣେ ବ୍ୟକ୍ତି ବାର୍‌ହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଭ୍ରମରବର ସେଠୀ (୫୫)। ଭ୍ରମରବର ନିକଟସ୍ଥ ଚାଷ ଜମିକୁ ଯାଉଥିବା ବେଳେ ଏକ ବୁଦା ନିକଟରୁ ବାର୍‌ହା ବାହାରି ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମହାକାଳପଡ଼ା ପରେ କେନ୍ଦ୍ରାପଡ଼ା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।