Categories: ଖେଳ

ବାର୍ସିଲୋନା ମହିଳା ଦଳ ଚାମ୍ପିୟନ

ବାର୍ସିଲୋନା,୯।୫: ସ୍ପେନର ଲିଗା ଇବେରଡ୍ରୋଲା ଫୁଟବଲ ଲିଗ୍‌ରେ ବାର୍ସିଲୋନା କ୍ଲବର ମହିଳା ଚାମ୍ପିୟନ ଘୋଷିତ ହୋଇଛି। କୋଭିଡ-୧୯ ମହାମାରୀ କାରଣରୁ ଏହି ଲିଗ୍‌କୁ ଶେଷ ହୋଇଛି ବୋଲି ଘୋଷଣା କରାଯାଇଛି। ସ୍ପେନ ସୁକର ଫେଡେରେଶନ କାର୍ଯ୍ୟକାରୀ କମିଟି ଦେଶରେ ଏହି ମହାମାରୀ କାରଣରୁ ସବୁ ଅଣ ପେସାଦାର ପ୍ରତିଯୋଗିତାକୁ ଅଧାରୁ ବାତିଲ କରିଛି ବୋଲି ଶୁକ୍ରବାର ଘୋଷଣା କରିଛି। ଫଳରେ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ବାର୍ସିଲୋନାକୁ ଚାମ୍ପିୟନ ବୋଲି ଘୋଷଣା କରାଯଇଛି। ବାର୍ସିଲୋନାଠାରୁ ୯ ପଏଣ୍ଟ କମ୍‌ ପାଇଁ ଆଟଲେଟିକୋ ମାଡ୍ରିଡ୍‌ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ମାର୍ଚ୍ଚରେ ଲିଗ୍‌କୁ ସ୍ଥଗିତ ରଖାଯାଇଥିଲା। ଲିଗ୍‌ରେ ଆହୁରି ୯ଟି ମ୍ୟାଚ୍‌ ବାକି ରହିଥିବା ବେଳେ ଏହାକୁ ଶେଷ କରାଯାଇଛି। ଆଗାମୀ ସେସନ୍‌ରେ ଚାମ୍ପିୟନ୍ସ ଲିଗ୍‌ରେ ବାର୍ସିଲୋନା ସହିତ ଆଟଲେଟିକୋ ଯୋଗ ଦେବେ। ସ୍ପେନ୍‌ରେ ସବୁ ଅଣପେସାଦାର ପ୍ରତିଯୋଗିତା ବାତିଲ ହୋଇଥିବା ବେଳେ ଜୁନ୍‌ରେ ଶ୍ରେଷ୍ଠ ଦୁଇଟି ଡିଭିଜନ ପୁଣି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।

Share