ବାର୍ଡ ଫ୍ଲୁ ସନ୍ଦେହ: ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ

ବାଲୁଗାଁ, ୨୮।୧(ଡି.ଏନ.ଏ ): ଭୁବନେଶ୍ୱରରେ ବାର୍ଡ଼ ଫ୍ଲୁ ଭୁତାଣୁ ଚିହ୍ନଟ ହେବାପରେ ଚିଲିକାରେ ବିଦେଶୀ ପକ୍ଷୀଙ୍କୁ ବ୍ୟାପିବା ଆଶଙ୍କା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସକାଳୁ ବାଲୁଗାଁ ପଶୁ ଚିକତ୍ସା ବିଭାଗ ଓ ବନ୍ୟପ୍ରାଣୀ ବିଭାଗୀୟ କର୍ମଚାରୀ ମିଳିତ ଭାବେ ପକ୍ଷୀ ଅଭୟାରଣ୍ୟ ନଳବଣ ଅଂଚଳରୁ ଅସୁସ୍ଥ ଦୃଷ୍ଟିଗୋଚର ତିନି ପକ୍ଷୀଙ୍କ ରକ୍ତ, ଲାଳ, ମଳ ଆଦି ନମୁନା ସଂଗ୍ରହ କରିଛନ୍ତି। ଏହାକୁ କଟକ ଫୁଲନଖରାସ୍ଥିତ ପଶୁ ରୋଗ ଗବେଷଣା କେନ୍ଦ୍ରକୁ ପଠାଯାଇଛି। ବିଭାଗୀୟ ପକ୍ଷରୁ ଚିଲିକା ତଟବର୍ତ୍ତୀ ସମସ୍ତ ଗ୍ରାମାଞ୍ଚଳରେ ସତର୍କତା ମୂଳକ ସଚେତନ ପଦକ୍ଷେପ ଗ୍ରହଣ କରାଯାଉଛି।