Categories: ଖେଳ

ବାର୍ଟି ଜିତିଲେ ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ

ଆଡିଲେଡ୍‌, ୧୮ା୧ (ଏଏଫ୍‌ପି)-ଆଶ୍‌ଲେ ବାର୍ଟି ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟେନିସ ପ୍ରତିଯୋଗିତାରେ ଟାଇଟଲ ବିଜୟୀ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ସେ ୟୁକ୍ରେନର ଡାୟାନା ୟାସ୍ତ୍ରେମ୍‌ସ୍କାଙ୍କୁ ୬-୨, ୭-୫ ସେଟ୍‌ରେ ହରାଇ ଦେଇଛନ୍ତି। ୨୦୧୧ରେ ହୋବାର୍ଟଠାରେ ଜାର୍ମିଲା ଓଫ୍‌ଙ୍କ ପରେ ଘରୋଇ କୋର୍ଟରେ ଟ୍ରଫି ଜିତିବାରେ ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗପ୍ରାପ୍ତ ବାର୍ଟି ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଖେଳାଳି। ମେମୋରିଆଲ ଡ୍ରାଇଭଠାରେ ବାର୍ଟି ୨୪ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ସ୍ବଳ୍ପ ବୟସ୍କା ୟାସ୍ତ୍ରେମସ୍କାଙ୍କୁ ହରାଇବା ଲାଗି ୮୭ ମିନିଟ ସମୟ ନେଇଥିଲେ। ଶନିବାର ଏହି ବିଜୟ ମେଲବୋର୍ନଠାରେ ସୋମବାରଠାରୁ ଆରମ୍ଭ ହେବାକୁଥିବା ଅଷ୍ଟ୍ରେଲିଆନ ଓପନ୍‌ ଲାଗି ବାର୍ଟିଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବ। ଅଷ୍ଟ୍ରେଲୀୟ ଖେଳାଳି ଏହି ଇଭେଣ୍ଟରେ ଟପ୍‌ ସିଡ୍‌ ରହିଛନ୍ତି।

Share